www.samajalive.in
Sunday, December 7, 2025
14.1 C
Bhubaneswar

କଳାହାଣ୍ଡି-ରାୟଗଡ଼ା ସୀମାରେ ମାଓ ପୋଷ୍ଟର; ଭୟଭୀତ ଅଞ୍ଚଳବାସୀ

ଭବାନୀପାଟଣା/ଥୁଆମୂଳ ରାମପୁର: ସିଜିମାଳି, କୁଟ୍ରୁମାଳି, ଖଣ୍ଡୁଆଲମାଳି ଆଦି ଖଣି ଖନନକୁ ବିରୋଧ କରି ଗୁରୁବାର କଳାହାଣ୍ଡି ରାୟଗଡ଼ା ସୀମାନ୍ତ ମାଣ୍ଡିବିଶି ଗାଁ ଅଞ୍ଚଳରେ ମାଓ ପୋଷ୍ଟର ଲାଗିଛି। ଏହାକୁ ନେଇ ଥୁଆମୁଲ ରାମପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ସିଜିମାଳି, କୁଟ୍ରୁମାଳି, ଖଣ୍ଡୁଆଳ ମାଳି ଅଞ୍ଚଳରେ ବକ୍ସାଇଟ ଖନନକୁ କେନ୍ଦ୍ରକରି ନାକରୁଣ୍ଡି, କେରପାଇ, ଥୁଆମୂଳ ରାମପୁର ଅଞ୍ଚଳରେ ସାଧାରଣରେ ଦ୍ଵନ୍ଦ୍ବ ସୃଷ୍ଟି ହୋଇଛି। କିଛି ମାସ ତଳେ ଅନୁଷ୍ଠିତ ଜନ ଶୁଣାଣିରେ ଲୋକେ ଖଣି ଖନନକୁ ବିରୋଧ କରିଥିଲେ। ଏହାକୁ କେନ୍ଦ୍ରକରି ଗତ ପ୍ରାୟ ତିନି/ଚାରି ମାସ ଧରି ସମଗ୍ର ଅଞ୍ଚଳରେ ବାଦାନୁବାଦ ଚାଲିଛି। ଠିକ୍ ଏଭଳି ମୁହୂର୍ତ୍ତରେ ମାଓ ପୋଷ୍ଟରକୁ ନେଇ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବିଶେଷକରି କମ୍ପାନୀ ସପକ୍ଷରେ ଜନମତ ସୃଷ୍ଟି କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ପୋଷ୍ଟର ଜାରି କରି କେକେବିଏନ ଥୁଆମୁଲ ରାମପୁର, କେରପାଇ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories