www.samajalive.in
Monday, December 15, 2025
24.1 C
Bhubaneswar

ଭାବବିହ୍ୱଳ ହେଲେ ମନ୍ମଥ, କହିଲେ ବାପାଙ୍କ ଅନୁମତି ନେଇ ମିଶିଛି

ଭୁବନେଶ୍ୱର: ବିଜେଡିରେ ଯୋଗ ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ଦଳରେ ସାମିଲ ହୋଇ ମନ୍ମଥ କହିଛନ୍ତି ଯେ ବାପାଙ୍କ ଆଶୀର୍ବାଦ ନେଇ ବିଜେଡିରେ ମିଶିଛି । ଏପରି କହିବା ବେଳେ କିଛି ସମୟ ଭାବବିହ୍ୱଳ ହୋଇଥିଲେ ମନ୍ମଥ । ବାପା ସବୁବେଳେ ଆଗରେ ଯାଉଥିଲେ ମୁଁ ପଛରେ ଯାଉଥିଲି । କିନ୍ତୁ ପ୍ରଥମ ଥର ବାପାଙ୍କ ବିନା ଏକୁଟିଆ ଆସିଛି । ବାପାଙ୍କ ଆଶୀର୍ବାଦ ନେଇ ଆଜି ଏଠାକୁ ଆସିଛି । ବିଜୁ ପଟ୍ଟନାୟକ ମୋର ଆଦର୍ଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସ୍କଲାରସିପ ଏପର୍ଯ୍ୟନ୍ତ ରଖିଛି ବୋଲି କହିଛନ୍ତି । ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ ପରାମର୍ଶ ଦେଇଥିବାରୁ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ମଥ ।
ଏହି ଅବସରରେ ମନ୍ମଥ କହିଛନ୍ତି ଓଡ଼ିଶାକୁ ନେଇ ମୋର ଯେଉଁ ଆଶା ଅଛି ତାହା କେବଳ ବିଜେଡି ଦଳରେ ପୁରା କରାଯାଇପାରିବ । ସବୁ ବର୍ଗ ଓ ସବୁ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି କାମ କରୁଛନ୍ତି ତାହା ତାଙ୍କୁ ଏକ ନମ୍ବର ମୁଖ୍ୟମନ୍ତ୍ରୀର ପରିଚୟ ଦେଇଛି । ବିଜେଡିରେ ଏକ ସୈନିକ ହିସାବରେ କାମ କରିବି । ମନ୍ମଥ ବିଜେଡିରେ ମିଶିବା ପରେ ଜଟଣୀରୁ ଲଢିପାରନ୍ତି କିମ୍ବା ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories