www.samajalive.in
Saturday, December 6, 2025
26.1 C
Bhubaneswar

ହଜାର ନୁହେଁ ଲକ୍ଷ ନୁହେଁ ; ଗାଈ ଦାମ୍‌‌ ୪୦ କୋଟି, କାରଣ ଜାଣିଲେ ମୁଣ୍ଡ ବୁଲାଇବ..

ସାଧାରଣତଃ ଲୋକେ ଗାଈକୁ ଗୃହପାଳିତ ପଶୁ ଭାବେ ରଖିବା ସହ ଏହାଦ୍ୱାରା ବିିଭିନ୍ନ ଉପାୟରେ ଅର୍ଥ ରୋଜଗାର କରି ଥାଆନ୍ତି। କିଛି ସ୍ୱତନ୍ତ୍ର ପ୍ରଜାତିର ଗାଈର ଦାମ୍‌‌ ମହଙ୍ଗା ହୋଇଥାଏ। ମହଙ୍ଗା ଗାଈଙ୍କ ତାଲିକାରେ ସାଧାରଣତଃ ଲୋକଙ୍କ ଧାରଣାରେ କୌଣସି ବିଦେଶୀ ପ୍ରଜାତିର ଗାଈ ହିଁ ଆସିଥାଏ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତର ଏକ ସ୍ୱତନ୍ତ୍ର ପ୍ରଜାତିର ଗାଈ ଦୁନିଅ।ର ସବୁଠାରୁୁ ମହଙ୍ଗା ଗାଈ। ନେଲୋର ପ୍ରଜାତିର ଗାଈ ଦାମ୍‌‌ ଜାଣି ଆପଣଙ୍କ ମୁଣ୍ଡ ବୁଲାଇବ। ଏହି ଗାଈ ବ୍ରାଜିଲରେ ଏକ ନିଲାମୀରେ ୪.୮ ମିଲିୟନ ଅର୍ଥାତ ଆମେରିକା ଡଲାର ଅର୍ଥାତ ଭାରତୀୟ ଟଙ୍କାରେ ୪୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ପ୍ରଜାତିର ଗାଈକୁ ୧୮୬୮ରେ ଜାହାଜରେ ବ୍ରାଜିଲ ପଠା ଯାଇଥିଲା। ଏହାପରେ ଦୁନିଆର ଅନ୍ୟ ସ୍ଥାନକୁ ଏହି ଗାଈ ଯାଇଥିଲା। କେବଳ ବ୍ରାଜିଲରେ ଏହି ଗାଈର ଦାମ୍‌‌ ୧୬ କୋଟି ଟଙ୍କା। କିଛି ବିଶେଷ କାରଣରୁ ଏହି ପ୍ରଜାତିର ଗାଈ  ଅତ୍ୟଧିକ ମୂଲ୍ୟବାନ୍‌‌। ଜାଣନ୍ତୁ କେଉଁ କାରଣରୁ ଏହି ଗାଈର ଦାମ୍‌‌ କୋଟି କୋଟି ଟଙ୍କା..
ଏହି ଗାଈ ଯେକୌଣସି ପରିବେଶ ସହ ଖାପଖୁଆଇବା ସହ ପ୍ରଚୁର ପରିମାଣରେ କ୍ଷୀର ଦେଇଥାଏ। ଏହାସହ ଭୟଙ୍କର ଖରା, ଗରମକୁ ମଧ୍ୟ ଆରାମରେ ସହି ଯାଇଥାଏ।
ଏହି ଗାଈର ରୋଗ ପ୍ରତିରୋଧକ ଶକ୍ତି ଖୁବ୍‌‌ ଅଧିକ। ଚର୍ମ ମଧ୍ୟ ଟାଣୁଆ। ଏହି କାରଣରୁ କୌଣସି ପ୍ରକାର ପୋକ ସହଜରେ ଏହି ଗାଈକୁ କାମୁଡି ପାରି ନଥାଏ।
ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲାରେ ଏହି ଗାଈ ମିଳିଥାଏ। ଏଠାରୁ ହିଁ ଏହି ଗାଈକୁ ବ୍ରାଜିଲ ପଠା ଯାଇଥିଲା। ଏହାପରେ ଦେଶର ବିଭିନ୍ନ ସ୍ଥାନକୁ ଏହି ଗାଈ ଯିବା ସହ ଦୁନିଆର ସବୁଠାରୁ ମହଙ୍ଗା ଗାଈ ଭାବେ ଜଣାପଡିଥିଲା। ଏହି କାରଣରୁ ଏହି ଗାଈର ସମ୍ବନ୍ଧ ଭାରତ ସହ ରହିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ରଜାତିର ପ୍ରାୟ ୧୬ କୋଟି ଗାଈ ସାରା ଦୁନିଆରେ ରହିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories