ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ ମଡେଲ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଅନ୍ୟ ରାଜ୍ୟଙ୍କ ପାଇଁ ରୋଲ ମଡେଲ । ରାଜ୍ୟରେ ବିପର୍ଯ୍ୟସ୍ତ ମୁକାବିଲା ପଦକ୍ଷେପ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଛି । ଗତ ୫୦ବର୍ଷରେ ରାଜ୍ୟରେ ୪୧ଥର ପ୍ରାକୃତିକ ବିପର୍ଯ୍ୟୟ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଜୀବନ ଓ ସମ୍ପତ୍ତି ରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନର୍ଦ୍ଦେଶରେ ଜିରୋ କାଜୁଆଲିଟି ନୀତି ରାଜ୍ୟରେ ସଫଳ ହୋଇଛି । ସେଥିପାଇଁ ଅନ୍ୟ ରାଜ୍ୟ ଓ ବିଦେଶରେ ଓଡ଼ିଶାର କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।

ସେହିପରି କୋଭିଡକୁ ସଫଳ ଭାବେ ମୁକାବିଲା କରିଥିଲେ ରାଜ୍ୟ ସରକାର। ଯାହା ମୃତ୍ୟୁ ହୋଇଥିଲା, କ୍ଷତିପୂରଣକୁ ବୈଷୟିକ ପଦ୍ଧତିରେ ଦିଆଯାଇଥିଲା। ବଜ୍ରପାତରେ ଅନେକ ପ୍ରାଣ ହରାଉଛନ୍ତି। ରାଜ୍ୟ ସରକାର ନିଜ ଆଡୁ ୮ଟି କ୍ଷେତ୍ରରେ ସହାୟତା ଦେଉଛନ୍ତି। ଆହୁରି ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଫଣ୍ଡ କରାଯାଇଛି।

Comments are closed.