ନୂଆଦିଲ୍ଲୀ: ଗୋଆରୁ ଗାଏବ ହୋଇଗଲେ ନେପାଳର ଜଣେ ମେୟରଙ୍କ ଝିଅ। ଗତ କିଛି ମାସ ହେଲା ଗୋପାଳ ହମଲଙ୍କ ୩୩ ବର୍ଷୀୟା ବଡ଼ ଝିଅ ଆରତୀ ହମଲ ଓସୋ ମେଡିଟେସନ ସେଣ୍ଟରକୁ ଆସି ରହୁଥିଲେ । ମଙ୍ଗଳବାରଠାରୁ ତାଙ୍କର ପତ୍ତା ମିଳୁନି। ଝିଅ ନିଖୋଜ ହେବାର ଖବର ପାଇବା ପରେ ମେୟର ଗୋପାଳ ହମଲ ଝିଅକୁ ଖୋଜିବା ନିମନ୍ତେ ସୋସିଆଲ ମିଡିଆରେ ସମସ୍ତଙ୍କୁ ନିବେଦନ କରିଛନ୍ତି। ଗତ ସୋମବାର ସନ୍ଧ୍ୟାରେ ତାଙ୍କୁ ଶେଷ ଥର ପାଇଁ ଆସଭେମ୍ ବ୍ରିଜ୍ ନିକଟରେ ତାଙ୍କୁ ଦେଖିବାକୁ ମିଳିଥିଲା। ଆରତୀ ନିଖୋଜ ହେବା ନେଇ ଓସୋ ମେଡିଟେସନ ସେଣ୍ଟର ପକ୍ଷରୁ ତାଙ୍କ ପରିବାରକୁ ଅବଗତ କରାଯାଇଥିଲା। ପୁଲିସ୍ ଏ ନେଇ ଏକ ମାମଲା ରୁଜ୍ଜୁ କରି ଖୋଜାଖୋଜି ଆରମ୍ଭ କରିଛି।
Popular Categories



