www.samajalive.in
Monday, December 15, 2025
24.1 C
Bhubaneswar

ଖାଇଛନ୍ତି କି ଏହି ଆମ୍ବ : ଗୋଟାକର ମୂଲ୍ୟ ୧ ହଜାର

ଇନ୍ଦୋର : ଅଧିକାଂଶ ଲୋକଙ୍କୁ ଆମ୍ବ ଖାଇବା ବେଶ ପସନ୍ଦ। ମୂଲ୍ୟ ଅନୁଯାୟୀ କଲୋପ୍ରତି ଏହାର ଦାମ୍‍ ୧୦୦ ରୁ ୨୦୦ ମଧ୍ୟରେ। ମାତ୍ର ଆମ୍ବ ଗୋଟାକର ମୂଲ୍ୟ ୫୦୦ ଓ ୧୦୦୦ ଟଙ୍କା। ଏଭଳି ଆମ୍ବ ବିଷୟରେ କେବେ ଶୁଣିଛନ୍ତି କି ? କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଏହି ଆମ୍ବ ନେବାକୁ ର୍ପୂବରୁ ଲୋକେ ବୁକିଂ କରିବା ଆରମ୍ଭ କରିଛନ୍ତି। ଏହି ଆମ୍ବ କଷି ହେବା ମାତ୍ରେ, ଲୋକେ ଚାଷୀଙ୍କ ନିକଟରେ ନେବା ପାଇଁ ଆଗୁଆ ପହଞ୍ଚି ଯାଇଥାଆନ୍ତି। ଲୋକେ ମାସ ମାସ ଅପେକ୍ଷା କରିବା ପରେ ଏହି ଆମ୍ବ ପାଇଥାଆନ୍ତି, ଏହି ଆମ୍ବର ନାମର ହେଉଛି ନୁରଜାହାନ ଆମ୍ବ।
କିଛି ବର୍ଷ ହେବ ଏହି ଆମ୍ବ ପାଇଁ ସଠିକ ପାଗ ହେଉନଥିବାରୁ ଆମ୍ବପ୍ରେମୀଙ୍କୁ ନିରାଶ ହେବାକୁ ପଡେ। ମାତ୍ର ଚଳିତ ବର୍ଷ ବେଶ ମାତ୍ରାରେ ଏହି ଆମ୍ବ ଫଳିଛି। ନିଆର ଓ ସ୍ୱତନ୍ତ୍ର ସ୍ୱାଦ ପାଇଁ ଏହାର ଚାହିଦା ବେଶ ଅଧିକ। ଫଳରେ ଅନ୍ୟ ଆମ୍ବ ତୁଳନାରେ ଏହାର ଦାମ ଅଧିକ।
ମଧ୍ୟପ୍ରଦେଶର ଆଲିରାଜପୁର ଜିଲାର କାଠିୱାଡାରେ ଏହି ଆମ୍ବ ଚାଷ କରାଯାଇଥାଏ। ଗୋଟାଏ ଆମ୍ବର ମୂଲ୍ୟ ୫୦୦ ଓ ଏକ ହଜାର ହେଲେ ମଧ୍ୟ ଏହାକୁ ନେବାକୁ ଲୋକେ ବୁକିଂ କରି ସାରିଲେଣି। ଚଳିତ ବର୍ଷ ଗଛରେ ବେଶ ଆମ୍ବ ଫଳିଛି ବୋଲି ଚାଷୀ କହିଛନ୍ତି।
ଆଲିରାଜପୁର ଜିଲାର କାଠିୱାଡାରେ ଏହି ଆମ୍ବ ଫଳିଥିବା ବେଳେ ଏହା ଗୁଜରାଟ ସୀମାରେ ଥିବା ବେଳେ ଇନ୍ଦୋର ଠାରୁ ୨୫୦ କିମି ଦୂରରେ ସ୍ଥିତ। ଶିବରାଜ ସିଂ ନାମକ ନୁରଜାହାନ ଆମ୍ବ ଚାଷୀଙ୍କ କହିବା ଅନୁଯାୟୀ, ତାଙ୍କ ବଗିଚାରେ ୩ଟି ଗଛରେ ପ୍ରାୟ ୨୫୦ଟି ଆମ୍ବ ଫଳିଥିବା ବେଳେ ଏହା ପାଚିବା ପୂର୍ବରୁ ଲୋକେ ଏହାକୁ ନେବାକୁ ବୁକିଂ କରି ସାରିଛନ୍ତି। ମଧ୍ୟପ୍ରଦେଶ ଓ ଗୁଜରାଟର ଆମ୍ବ ପ୍ରେମୀ ଏହି ଆମ୍ବ ଗୋଟାଏକୁ ୫୦୦ ରୁ ୧୦୦୦ ଟଙ୍କା ଦେବାକୁ ପଛାଇ ନାହାନ୍ତି। ଚଳିତ ବର୍ଷ ଏହି ଆମ୍ବର ଗୋଟାକର ଓଜନ ଅଢେଇ କେଜିରୁ ୩ କେଜି ପାଖାପାଖି ରହିଛି ବୋଲି ଚାଷୀ କହିଛନ୍ତି। ଗତ ଜାନୁଆରୀ,ଫେବୃଆରୀରେ ଏହି ଗଛରେ ବଉଳ ଧରିଥିବା ବେଳେ ଚଳିତ ମାସରେ ଆମ୍ବ ପାଚିବ ବୋଲି ଜଣାପଡ଼ିଛି। ଏହାସହ ଗଛରେ ଥିବା ଆମ୍ବର ଗୋଟାଏର ମୂଲ୍ୟ ଅଢେଇ ରୁ ୩ କେଜି ପାଖାପାଖି ହେବ।

 

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories