ମୁମ୍ବଇ : ମହାରାଷ୍ଟ୍ରର ଅମରାବତୀର ସ୍ୱାଧୀନ ସାଂସଦ ନବନୀତ୍ ରାଣାଙ୍କୁ ବମ୍ବେ ହାଇକୋର୍ଟ ପକ୍ଷରୁ ଝଟକା ମିଳିଛି। ନବନୀତ୍ ରାଣାଙ୍କ ଜାତି ପ୍ରମାଣପତ୍ରକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଜାଲ୍ ଦସ୍ତାବେଜ ଆଧାରରେ ଜାତି ପ୍ରମାଣପତ୍ର ତିଆରି କରିଥିବା ନେଇ ନବନୀତ୍ ରାଣାଙ୍କ ବିରୋଧରେ ଅଭିଯୋଗ ଆସିଥିଲା।
ସୂଚନାଯୋଗ୍ୟ, ନବନୀତ ରାଣାଙ୍କ ଜାତିଗତ ପ୍ରମାଣପତ୍ର ସଂପର୍କରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଏକ ପିଟିସନ ଦାଖଲ କରାଯାଇଥିଲା। ଆବେଦନରେ ଦର୍ଶାଯାଇଥିଲା ଯେ ନବନୀତ୍ ରାଣା ଜଣେ ପଞ୍ଜାବୀ। ଏହି ଆବେଦନରେ ଦର୍ଶାଯାଇଛି ଯେ ସେ ଲବାନା ଜାତିର ଅଟନ୍ତି, ଯାହା ମହାରାଷ୍ଟ୍ରର ଏସସି ବର୍ଗ ଅଧୀନରେ ନାହିଁ। ଏଭଳି ପରିସ୍ଥିତିରେ ସେ ନିଜର ଜାତି ପ୍ରମାଣପତ୍ରକୁ ନକଲି ଢଙ୍ଗରେ ପାଇଛନ୍ତି। ରାଣା ନକଲି ସ୍କୁଲ ତଥ୍ୟ ଦେଖାଇ ପ୍ରମାଣପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି।



