www.samajalive.in
Monday, December 8, 2025
27.1 C
Bhubaneswar

ହରଭଙ୍ଗାରେ ବିପର୍ଯ୍ୟସ୍ତ ଡ୍ରେନେଜ୍‍ ବ୍ୟବସ୍ଥା : ବର୍ଷା ପୂର୍ବରୁ ଡ୍ରେନ ସଫା,ମରାମତି ଦାବି

ହରଭଙ୍ଗା: ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ସରକାର ସ୍ୱଛତା ପାଇଁ ବିଭି୍‍ନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରୁଛନ୍ତି,କିନ୍ତୁ ଜନସଚେତନା ସତ୍ୱେ ବର୍ଷାଦିନେ ହରଭଙ୍ଗା ବ୍ଲକରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥାର ନଗ୍ନଚିତ୍ର ପ୍ରତିବର୍ଷ ସାମ୍ମନାକୁ ଆସୁଛି। ଫଳରେ ବ୍ଲକରେ ସ୍ୱଛତା ଭଳି ମହତ୍‍ କାର୍ଯ୍ୟକ୍ରମ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଯେ ହରଭଙ୍ଗା ବ୍ଲକ ମୁଖ୍ୟାଳୟ ଚାରିଛକରେ ବ୍ଲକ କାର୍ଯ୍ୟାଳୟ, ନ୍ୟାୟାଳୟ, ତହସିଲ ଅଫିସ, ଥାନା, ବ୍ୟାଙ୍କ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ରହିଛି। ସେହିପରି ହରଭଙ୍ଗାରେ ମେଡିକାଲଠାରୁ ଆରମ୍ଭକରି ଜୁନିୟର କଲେଜ, ଷ୍ଟେଟବ୍ୟାଙ୍କ, ଥାନା, ମେଡିକାଲ, ପଶୁ ଡାକ୍ତରଖାନା ଭଳି ଅନେକ ଗୁଡିଏ ସରକାରୀ କାର୍ଯ୍ୟାଳୟ ରହିଛି। ଏହା ସହିତ ପୁରୁଣା କଟକରେ ମଧ୍ୟ ଜୁନିୟର ମହାବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ, ମେଡିକାଲ, ପୂର୍ତ ବିଭାଗ ଅଫିସ, ରେଞ ଅଫିସ, ଡିଗ୍ରୀ କଲେଜ ଭଳି ଅନେକ ସରକାରୀ ଅଫିସ ରହିଛି। ଫଳରେ ଏହିସ୍ଥାନର ଗୁରୁତ୍ୱ ବେଶ ବୃଦ୍ଧି ପାଇଛି। ମାତ୍ର ବର୍ଷା ପୂର୍ବରୁ ବଜାର, ରାସ୍ତାଘାଟ, ଅଫିସ ସମ୍ମୁଖରେ ରହିଥିବା ଡ୍ରେନଗୁଡିକରୁ ଅଳିଆ, ଆବର୍ଜ୍ଜନା ସଫା କରାଯାଉନାହିଁ। ଫଳରେ ବର୍ଷା ସମୟରେ ଡ୍ରେନଗୁଡିକରେ ଜଳନିଷ୍କାସନରେ ସମସ୍ୟା ଉପୁଜିବା ସହିତ ପ୍ରତିବର୍ଷ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଡ୍ରେନର ଅଳିଆ, ଆବର୍ଜ୍ଜନା ପାଣି ଜମା ହୋଇ ରହୁଥିବା ଭଳି ଅପ୍ରିତିକର ଦୃଶ୍ୟ ଦେଖିବାକୁ ମିଳୁଛି। ସରକାର ବିଭିନ୍ନ ଅନୁଦାନରେ ଡ୍ରେନ ନିର୍ମାଣ ପାଇଁ ଆବଶ୍ୟକୀୟ ଅନୁଦାନ ପାଣ୍ଠି ଯୋଗାଇଦେଉଛନ୍ତି। ମାତ୍ର ବର୍ଷା ପୂର୍ବରୁ କିମ୍ବା ଅନ୍ୟ ସମୟରେ ଏହାର ରକ୍ଷଣାବେକ୍ଷଣା ଏବଂ ପରିଷ୍କାର ପରିଛନ୍ନତା ଉପରେ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ଆଖିବୁଜିଦେବା ଫଳରେ ପ୍ରତିବର୍ଷ ବର୍ଷା ସମୟରେ ଡ୍ରେନେଜ ବ୍ୟବସ୍ଥାର ବିକଳ ଚିତ୍ର ବ୍ଲକରେ ଦେଖିବାକୁ ମିଳୁଛି। ଏଣୁ ପ୍ରଶାସନ ପକ୍ଷରୁ ବଜାର, ରାସ୍ତାଘାଟ, ଗାଁ ଗହଳିରେ ଥିବା ଡ୍ରେନଗୁଡକିର ସ୍ୱଛତା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories