www.samajalive.in
Sunday, December 7, 2025
26.1 C
Bhubaneswar

ଗାଁରେ ତିଆରି କରିଦେଲେ ନିଜର ଇଣ୍ଟରନେଟ୍ ସେବା, ପୁରସ୍କାର ଦେଲେ ସରକାର

ନୂଆଦିଲ୍ଲୀ : ଏମିତି ଅନେକ ଥର ହୋଇଥିବ ଆପଣ ଇଣ୍ଟରନେଟ୍ ବ୍ୟବହାର କରୁଥିବେ ଏବଂ ଅଚାନକ ଡାଟା ସରିଯିବ କିମ୍ବା ଓ୍ବାଇଫାଇ ସ୍ଲୋ ହୋଇଯିବ । ଏଭଳି କ୍ଷେତ୍ରରେ ସମସ୍ୟା ଦେଖାଯିବା ସ୍ବଭାବିକ । କିନ୍ତୁ ଏହି ସମୟରେ ଆପଣଙ୍କ କାମ ଅଟକିଯାଏ କିମ୍ବା କୌଣସି ଜରୁରି କାମ ଅଧା ରହିଯାଏ ।  ଏଭଳି ସମସ୍ୟାର ସମାଧାନ କରିବା ପାଇଁ ମିଶିଗନରେ ରହୁଥିବା ଜଣେ ଗ୍ରାମବାସୀ ନିଜର ଇଣ୍ଟରନେଟ୍ ସୁବିଧା ତିଆରି କରିଛନ୍ତି । ଖାଲି ସେତିକି ନୁହେଁ, ସରକାର ଏ ସମ୍ପର୍କରେ ଜାଣିବା ପରେ ତାଙ୍କୁ କୋଟି କୋଟି ଟଙ୍କାର ପୁରସ୍କାର ମଧ୍ୟ ଦେଇଛନ୍ତି ।

ଘଟଣାଟି ୨୦୨୨ର । ମିଶିଗନର ଗ୍ରାମାଞ୍ଚଳରେ ରହୁଥିବା ଜାର୍ଡ ମୌଚ ପ୍ରାଇଭେଟ୍ ଫାଇବର-ଇଣ୍ଟରନେଟ୍ ସେବା ପ୍ରସ୍ତୁତ କରି ଘରେ ଖରାପ ଇଣ୍ଟରନେଟର ସମସ୍ୟାର ସମାଧାନ କରିଥିଲେ । ସେ ଜଣେ ବରିଷ୍ଠ ନେଟଓ୍ବର୍କ ଆର୍କିଟେକ୍ଟ ଭାବେ କାମ କରନ୍ତି । ୨୦୦୨ରେ ସେ ନିଜ ଘରକୁ ଫେରିଗଲେ କିନ୍ତୁ ତାଙ୍କ ଅଞ୍ଚଳରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ନଥିଲା । ଏହି କାରଣରୁ ତାଙ୍କୁ ଖରାପ ଇଣ୍ଟରନେଟ୍ ସେବା ମିଳୁଥିଲା । ଏହା ପରେ ସେ ଏକ କୋଟି ଟଙ୍କା ଖର୍ଚ୍ଚ କରି ପ୍ରାୟ ୪ ବର୍ଷ ପରେ ଇଣ୍ଟରନେଟ୍ କମ୍ପାନୀ ପ୍ରସ୍ତୁତ କଲେ ଏବଂ ଲିମା ଟାଉନସିପ୍ ଓ ସାଇକୋ ଟାଉନସିପର କିଛି ଅଞ୍ଚଳରେ ନିଜ ସେବା ଫାଇବର-ଟୁ-ଦ-ହୋମ୍ ବ୍ରଡବ୍ୟାଣ୍ଡ ପ୍ରଦାନ କରିବା ଆରମ୍ଭ କଲେ । ମୌଚ ଗ୍ରାହକଙ୍କୁ ଯୋଡିବା ଆରମ୍ଭ କଲେ । ସେ ନିଜ ଘରକୁ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଏହି ସେବା ପ୍ରଦାନ କରୁଛନ୍ତି ।

- Advertisement -

ତାଙ୍କର ଏହି ପଦକ୍ଷେପରେ ପ୍ରଭାବିତ ହୋଇ ସରକାର ୨.୬ ମିଲିୟନ (ପ୍ରାୟ ୨୧ କୋଟି) ଟଙ୍କାର ସରକାରୀ ଫଣ୍ଡିଂ ପ୍ରଦାନ କରିଛନ୍ତି । କହିରଖୁଛୁ ଏହି ସେବା ୫୫ ଡଲାର ପ୍ରତି ମାସିକ ଖର୍ଚ୍ଚରେ ୧୦୦ ଏମବିପିଏସ୍ ସ୍ପିଡରେ ଅନଲିମିଟେଡ୍ ଡାଟା ପ୍ରଦାନ କରୁଛି । ଏହି ସେବା ପାଇଁ ସେ କେବଳ ଇଣ୍ଟରନେଟ୍ ଚାର୍ଜ ନେଉଛନ୍ତି ଏବଂ ଗ୍ରାହକଙ୍କଠୁ କୌଣସି ଅତିରିକ୍ତ କର ଆଦାୟ କରୁନାହାଁନ୍ତି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories