www.samajalive.in
Monday, December 15, 2025
24.1 C
Bhubaneswar

ଆଫଗାନ ମହିଳାଙ୍କ ପାଇଁ ଚିନ୍ତା ବ୍ୟକ୍ତ କଲେ ମଲାଲା

ୱାଶିଂଟନ : ଆଫଗାନିସ୍ତାନରେ ତାଲିବାନଙ୍କ କ୍ଷମତା ଦଖଲ ପରେ ଆଫଗାନ ମହିଳା ଓ ବାଳିକାଙ୍କ ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାୟୀ। ସେ କହିଛନ୍ତି ଯେ ତାଲିବାନମାନେ କ୍ଷମତାକୁ ଫେରିବା ଦ୍ବାରା ଆଫଗାନ ମହିଳାଙ୍କ ପାଇଁ ବଡ ବିପଦ ଉଭା ହୋଇଛି। ନ୍ୟୁୟର୍କ ଟାଇମ୍ସ ସମ୍ପାଦକୀୟ ପୃଷ୍ଠାରେ ମଲାଲା ଲେଖିଥିବା ଏକ ପ୍ରବନ୍ଧରେ କହିଛନ୍ତି ଯେ ତାଲିବାନମାନେ ମହିଳାଙ୍କ ଶିକ୍ଷା ଓ ନିଯୁକ୍ତିକୁ ବିରୋଧ କରୁଛନ୍ତି। ତେଣୁ ଆଫଗାନ ମହିଳାମାନେ ଆଉ ଶିକ୍ଷା କିମ୍ବା ନିଯୁକ୍ତି ଲାଗି ବାହାରକୁ ବାହାରିପାରିବେ ନାହିଁ। ଯିଏ ଏହାକୁ ଅମାନ୍ୟ କରିବ ସେ କଠୋର ଦଣ୍ଡ ପାଇବ। ତେବେ ଆଫଗାନ ମହିଳାଙ୍କୁ ସେ ସାହାଯ୍ୟ କରିବା ଦିଗରେ ମଲାଲା ନିଜର ଅସହାୟତା ପ୍ରକାଶ କରିଛନ୍ତି। ଏହି ଅବସରରେ ତାଲିବାନମାନେ ତାଙ୍କ ଉପରେ କରିଥିବା ଆକ୍ରମଣକୁ ମନେ ପକାଇଛନ୍ତି। ୨୦୧୨ରେ ମାତ୍ର ୧୫ବର୍ଷ ବୟସରେ ମଲାଲା ନାରୀ ଶିକ୍ଷା ସପକ୍ଷରେ ସ୍ବର ଉତ୍ତୋଳନ କରି ତାଲିବାନଙ୍କ ଆକ୍ରମଣର ଶିକାର ହୋଇଥିଲେ। ତାଲିବାନଙ୍କ ଆକ୍ରମଣରେ ସେ ଗୁରୁତର ଆହତ ହୋଇ ଲଣ୍ଡନରେ ଚିକିତ୍ସିତ ହୋଇଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories