www.samajalive.in
Sunday, December 7, 2025
14.1 C
Bhubaneswar

ଲକ୍ଷାଧିକ ଟଙ୍କାର ମହୁଲି ମଦ ଓ ରନ୍ଧା ସାମଗ୍ରୀ ଜବତ

ବୌଦ୍ଧ : ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମହୁଲି ମଦ, ପୋଚ ଓ ରନ୍ଧା ସାମଗ୍ରୀ ଜବତ କରାଯାଇ ନଷ୍ଟ କରାଯାଇଛି। ବୌଦ୍ଧ ଥାନା ଅନ୍ତର୍ଗତ କରଡି ଗ୍ରାମର କୁଡାସାହି କେନାଲ ହୁଡାଠାରେ ମହୁଲି ମଦ ରନ୍ଧା ଯାଉଥିବା ଜିଲ୍ଲା ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ କୌଣସି ସୂତ୍ରରୁ ସୂଚନା ପାଇ ହରଭଙ୍ଗା ଅବକାରୀ ଏସଆଇ ରମେଶ ମହାନ୍ତିଙ୍କୁ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏସଆଇ ଶ୍ରୀମହାନ୍ତିଙ୍କ ନେତୃତ୍ୱରେ ଅବକାରୀ ବିଭାଗର କିଛି କର୍ମଚାରୀ ଉକ୍ତ ସ୍ଥାନରେ ଚଢାଉ କରି ପାଳଗଦାରେ ଲୁଚାଯାଇଥିବା ୮୫ ପ୍ୟାକେଟ୍‍ (ପ୍ରତ୍ୟେକ ପ୍ୟାକେଟ୍‍ ୫୦କିଲୋ) ମହୁଲ ପୋଚ, ୮ ଗୋଟି ବଡ ଡ୍ରମରେ ଭର୍ତ୍ତି ୮ କ୍ୱିଣ୍ଟାଲ ମହୁଲ ପୋଚ ସମୁଦାୟ ୫୨୦୦ କିଲୋ ମହୁଲ ପୋଚ ଜବତ କରିବା ସହିତ ତାକୁ ନଷ୍ଟ କରି ମାଟିରେ ପୋତି ଦିଆଯାଇଥିଲା। ଏଥିସହିତ ସେଠାରୁ ୧୫ ଲିଟର ଦେଶୀ ରନ୍ଧା ମଦ ଜବତ କରି ନଷ୍ଟ କରାଯିବା ସହ ମଦରନ୍ଧା ପାଇଁ ଥିବା ସାମଗ୍ରୀଗୁଡିକୁ ଜବତ କରାଯାଇଥିଲା। ଜବତ ଓ ନଷ୍ଟ କରାଯାଇଥିବା ମଦ ଓ ସମାଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ସୂଚନା ମିଳିଛିି। ଅବକାରୀ ବିଭାଗର ଚଢାଉ ସଂପର୍କରେ ସୂଚନା ପାଇ ମଦ ପ୍ରସ୍ତୁତକାରୀମାନେ ସେଠାରୁ ଫେରାର ହୋଇଯାଇଥିବା ବେଳେ କାହାରିକୁ ଗିରଫ କରିବା ସମ୍ଭବ ହୋଇପାରିନାହିଁ। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories