ଏନସିପିକୁ ବିଶ୍ବାସଘାତକ କହିଲା କଂଗ୍ରେସ : ପୱାର କହିଲେ ଏହା ଅଜିତଙ୍କ ନିଷ୍ପତ୍ତି
ମୁମ୍ବଇ : ମହାରାଷ୍ଟ୍ର ରାଜନୀତି ଶନିବାର ସକାଳେ ନାଟକୀୟ ମୋଡ଼ ନେଇଛି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ଏନସିପି ସମର୍ଥନରେ ବିଜେପି ରାଜ୍ୟରେ ସରକାର ଗଠନ କରିଛି। ବିଜେପି ନେତା ଦେବେନ୍ଦ୍ର ଫଡନଭୀସ ମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଅଜିତ ପୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଯାହାକୁ ନେଇ କଂଗ୍ରେସ ଏନସିପି ଉପରେ ଖପା ହୋଇଛି। କଂଗ୍ରେସ ଏନସିପି ଉପରେ ବିଶ୍ବାସଘାତକ ଅଭିଯୋଗ ଆଣିଛ। ଯାହାକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି- ଯେଉଁ ନିଷ୍ପତ୍ତି ହୋଇଛି ତାହା ଅଜିତ ପୱାରଙ୍କ ନିଷ୍ପତ୍ତି। ଏହା ତାଙ୍କ ନିଜସ୍ବ ନିଷ୍ପତ୍ତି କିମ୍ବା ଦଳର ନିଷ୍ପତ୍ତି ନୁହେଁ।
Comments are closed.