www.samajalive.in
Monday, December 8, 2025
16.1 C
Bhubaneswar

ମହାନଦୀ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ, ଉଭୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର: ମହାନଦୀର ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ, ଛତିଶଗଡ ଏବଂ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ। ମହାନଦୀ ବଞ୍ଚାଅ ଆନ୍ଦୋଳନର ପୂର୍ବ ନିଷ୍ପତ୍ତି ଅନୁଯାୟୀ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଉଭୟ ଓଡ଼ିଶା ଓ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ଜଳପୁରୁଷ ରାଜେନ୍ଦ୍ର ସିଂଙ୍କ ସମେତ ମହାନଦୀ ବଞ୍ଚାଅ ଆନ୍ଦୋଳନର ରାଜ୍ୟ ନେତୃତ୍ୱବୃନ୍ଦ ଏହି ଚିଠି ଲେଖିଛନ୍ତି।

ଚିଠିରେ କଲମା ବ୍ୟାରେଜରୁ ଛତିଶଗଡ ଓଡ଼ିଶା ପଟକୁ ଆଦୌ ପାଣି ନ ଛାଡିବାକୁ ଦୁର୍ଭାଗ୍ୟଜନକ ବୋଲି କୁହାଯିବା ସହ ଏହା ବେଆଇନ ବୋଲି ଚିଠିରେ ଦର୍ଶାଯାଇଛି । ପ୍ରତ୍ୟେକ ନଦୀର ପ୍ରାକୃତିକ ପ୍ରବାହ ଆବଶ୍ୟକତାକୁ ଜାତୀୟ ଓ ଅର୍ନ୍ତଜାତୀୟସ୍ତରରେ ଗୁରୁତ୍ବ ଦିଆଯାଇଛି। ସେଥିପାଇଁ କୌଣସି ନଦୀରେ ଜଳ ବିକାଶ ପ୍ରକଳ୍ପ କଲାବେଳେ ନଦୀର ସର୍ବନିମ୍ନ ଜଳ ପ୍ରବାହ ଯେମିତି ଅକ୍ଷୁଣ୍ଣ ରହେ ସେଥିପ୍ରତି ଗୁରୁତ୍ବ ଦେବାପାଇଁ ଆଇନରେ ବ୍ୟବସ୍ଥା କରାଯାଇଛି। ନଦୀର ପରିବେଶଓ ଜୈବ ବିବିଧତାର ସୁରକ୍ଷା ପ୍ରତି ଗୁରୁତ୍ବ ଦେବା ପାଇଁ ଆଇନଗତ ନିର୍ଦେଶ ରହିଛି। ମାତ୍ର ମହାନଦୀ କ୍ଷେତ୍ରରେ ତାହାକୁ ଅବମାନନା କରାଯାଇଛି। ମହାନଦୀ ଟ୍ରିବୁନାଲ ମଧ୍ୟ ଏଥିପ୍ରତି ଗୁରୁତ୍ବ ଦେଇନାହିଁ କିମ୍ବା ଚାରିବର୍ଷ ଭିତରେ ଅନ୍ତରୀଣ ନିର୍ଦେଶ ଦେଇନାହିଁ।

- Advertisement -

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଚିଠିରେ ମହାନଦୀକୁ ବଞ୍ଚାଇ ରଖିବାକୁ ତାଙ୍କ ହସ୍ତକ୍ଷେପ ଲୋଡାଯାଇଛି। ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଚିଠିରେ କଲମା ବ୍ୟାରେଜର ୫ ଫାଟକକୁ ତୁରନ୍ତ ଖୋଲିବାକୁ ଅନୁରୋଧ କରାଯିବା ସହ ସାକ୍ଷାତ ପାଇଁ ସମୟ ମଗାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ରାଜ୍ୟ ସରକାର ମହାନଦୀର ଜୀବନ ପ୍ରତି ଗୁରୁତ୍ବ ନ ଦେବାକୁ କଡ଼ା ସମାଲୋଚନା କରାଯିବା ସହ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ତୁରନ୍ତ କଥାବାର୍ତ୍ତା କରି କଲମା ବ୍ୟାରେଜ‌େ‌ର ଫାଟକ ଖୋଲିବା ପାଇଁ ଅନୁରୋଧ କରାଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଏହି ଚିଠି ଉପରେ ପ୍ରଧାନମନ୍ତ୍ରୀ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ନେଉଛନ୍ତି ତାକୁ ଅନୁଧ୍ୟାନ କରିବା ପରେ ସେମାନଙ୍କୁ ଭେଟି ମହାନଦୀର ଉଦ୍ଧାର ପାଇଁ ନିବେଦନ କରାଯିବ ବୋଲି କହିଛନ୍ତି। ମହାନଦୀର ପ୍ରବେଶ ସ୍ଥାନ ସୁଖସୋଡ଼ା ଓ ସମୁଦ୍ରରେ ମିଳନ ସ୍ଥାନ ପାରାଦ୍ୱୀପର ଚଉମୁହାଣିଠାରେ ଗୋଟିଏ ଦିନ ଗୋଟିଏ ସମୟରେ ଦିନ ୯ ଟାରୁ ୧୨ ପର୍ଯ୍ୟନ୍ତ ମହାନଦୀ ବଞ୍ଚାଅ ଆନ୍ଦୋଳନ ପାଇଁ ସତ୍ୟାଗ୍ରହ କରାଯିବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ ବିଶୋଇ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories