ମହାମେଣ୍ଟକୁ ନେଇ ମୁହଁ ଖୋଲିଲେ ଖାରବେଳ ସ୍ବାଇଁ

0

ଭୁବନେଶ୍ବର: ଓଡିଶାରେ ମହାମେଣ୍ଟକୁ ନେଇ ଶୁକ୍ରବାର ଖାରବେଳ ସ୍ବାଇଁ ମୁହଁ ଖୋଲଛନ୍ତି । ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ ମହାମେଣ୍ଟର ରୂପରେଖ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ଦାମ ରାଉତ ଓ ପୁରୀର ପୂର୍ବତନ ସାଂସଦ ବ୍ରଜ କିଶୋର ତ୍ରିପାଠୀଙ୍କ ଆଲୋଚନା ଜାରି ରହିଛି । ରାଜ୍ୟରେ ବିଜେଡି ବିରୋଧରେ ମହାମେଣ୍ଟ ହେବ ବୋଲି ଖାରବେଳ ସ୍ବାଇଁ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କଂଗ୍ରେସକୁ ଯିବାର ନାହିଁ ଏବଂ ବିଜେପି ସହ ଆଲୋଚନା ହୋଇନାହିଁ । ବିଜେଡି ବିରୋଧରେ ଏକାଠି ହେବାକୁ ପ୍ରୟାସ ଆରମ୍ଭ ହୋଇଛି ବୋଲି ଖାରବେଳ ସ୍ବାଇଁ କହିଛନ୍ତି ।

 

Leave A Reply