www.samajalive.in
Sunday, December 7, 2025
16.1 C
Bhubaneswar

୫ଟି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ଏଲଜି ‘ଏଲଭି ଭି-୪୦ ଥିଙ୍କ୍‍’

ନୂଆଦିଲ୍ଲୀ : ୫ଟି କ୍ୟାମେରା ସହ ଭାରତୀୟ ବଜାରରେ ପ୍ରବେଶ କରିଛି ଏଲଜି ‘ଏଲଭି ଭି-୪୦ ଥିଙ୍କ୍‍’ ସ୍ମାର୍ଟଫୋନ। ଜାନୁଆରୀ ୨୪ରୁ ଏହି ଫୋନର ବିକ୍ରି ଆରମ୍ଭ ହେବ। ଏବେଠାରୁ ଆମାଜନ ଇଣ୍ଡିଆରେ ଏହାର ପ୍ରି-ବୁକିଙ୍ଗ ଆରମ୍ଭ ହୋଇସାରିଛି। ଏହି ଫୋନକୁ ଶ୍ରବପ୍ରଥମେ ପୂର୍ବବର୍ଷ ଦକ୍ଷୀଣ କୋରିଆରେ ଲଞ୍ଚ କରାଯାଇଥିଲା। ଏହି ଫୋନରେ ୫ଟି କ୍ୟାମେରା ରହିଛି। ଯେଉଁଥିରୁ ତିନୋଟି ରିୟର କ୍ୟାମେରା ଏବଂ ଦୁଇଟି କ୍ୟାମେରା ଏହାର ଆଗପଟେ ରହିଛି।

courtesy-online shopping kenya

ଏଲଜି ଭି-୪୦ ଥିଙ୍କର ବିଶେଷତ୍ୱ
ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ ଓରିୟୋ ୮.୧ ରହିଛି। ଏଥିରେ ପାଇ ୯.୦ର ଅପଡେଟ ମଧ୍ୟ ମିଳିବ। ଏହାବ୍ୟତୀତ ଫୋନରେ ୬.୪ଇଞ୍ଚର କ୍ୱାର୍ଡ ଏଚଡିପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୪୪୦/୩୧୨୦ପିକ୍ସଲ ରହିଛି। ଫୋନରେ ଓଏଲଇଡି ଫୁଲ-ଭ୍ୟୁ ଡିସପ୍ଲେ ରହିଛି। ଯାହାର ଆସପେକ୍ଟ ରେଶିୟୋ ୧୯.୫:୯। ଡିସପ୍ଲେ ଉପରେ କନିଙ୍ଗ ଗରିଲା ଗ୍ଲାସ-୫ର ସୁରକ୍ଷା ଦିଆଯାଇଛି। ଏହାବ୍ୟତୀତ ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୮୪୫ପ୍ରୋସେସର, ୬ଜିବି ରାମ ଏବଂ ୧୨୮ ଜିବିର ଷ୍ଟୋରେଜ୍‍ ରହିଛି। ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୨ଡିବି ପର୍ଯ୍ୟନ୍ତ ବଢାଇପାରିବେ।

- Advertisement -
courtesy-digital trends

ଏଲଜି ଭି-୪୦ ଥିଙ୍କର କ୍ୟାମେରା
ଏଲଜି ତାର ଏହି ପ୍ଲେଗସିପ୍‍ ଫୋନରେ ୩ରିୟର କ୍ୟାମେରା ଦେଇଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲ ରହିଛି। ଯାହାର ଅଫର୍ଚର ଲଫ୍‍/୧.୫ ରହିଛି। ସେହିଭଳି ଅନ୍ୟ କ୍ୟାମେରାଟି ୧୬ମେଗାପିକ୍ସେଲର ୱାଇଡ୍‍ ଆଙ୍ଗେଲ ରହିଛି। ସେହିଭଳି ତୃତୀୟ କ୍ୟାମେରାଟି ୧୨ମେଗାପିକ୍ସେଲର ଟେଲିଫଟୋ ଲେନ୍ସ ରହିଛି। ସେଲଫି ପାଇଁ ଏହି ଫୋନରେ ଡୁଆଲ କ୍ୟାମେରା ସେଟଅପ୍‍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୮ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲର। ଏହି ଫୋନରେ ସବୁଠାରୁ କାସ୍‍ କଥା ହେଉଛି ଏଥିରେ ଏକାସହିତ ୫ଟି ଯାକ କ୍ୟାମେରାରେ ଫଟୋ ଉଠାଇପାରିବେ ଏବଂ ପରେ ନିଜ ହିସାବରେ ଅଲଗା ଅଲଗା ଲେନ୍ସରେ ଫଟୋ ବାଛିପାରିବେ।
ଏଲଜି ଭି-୪୦ ଥିଙ୍କରେ ସଂଯୋଗ ପାଇଁ ୪ଜି ଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ୫.୦ଏଲଇ, ଜିପିଏସ୍‍, ଏନଏଫସି, ୟୁଏସବି ଟାଇପ-ସି ଚାର୍ଜିଙ୍ଗ ପୋର୍ଟ ଏବଂ ୩.୫ ଏମ୍‍ଏମର ହେଡଫୋନ ଜ୍ୟାକ ରହିଛି। ଏହି ଫୋନର ପଛପଟେ ଟିପଚିହ୍ନ ସେନସର ଏବଂ ୩୩୦୦ଏମ୍‍ଏଚର ବ୍ୟାଟେରୀ ରହିଛି। ଯାହା ଫାଷ୍ଟ ଚାର୍ଜିଙ୍ଗ୍‍ କ୍ୱିକ୍‍ ୩.୦କୁ ସପୋର୍ଟ କରିଥାଏ।

courtesy-BGR.com

୬୦,୦୦୦ଟଙ୍କାର ଏହି ଫୋନକୁ ୪୯,୯୯୦ଟଙ୍କାରେ କିଣିପାରିବେ। ଏହି ଫୋନ ସହିତ ନୋକଷ୍ଟ ଏମ୍‍ଆଇ ମଧ୍ୟ ମିଳିବ। ଏହାସହିତ ଆମାଜନରୁ ପେମେଣ୍ଟ କରିବା ଦ୍ୱାରା ୧,୦୦୦ଟଙ୍କାର କ୍ୟାସବ୍ୟାକ ମିଳିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories