www.samajalive.in
Sunday, December 7, 2025
13.1 C
Bhubaneswar

ପ୍ରଭୁ ଗଣେଶଙ୍କର ପ୍ରତ୍ୟେକ ଅଙ୍ଗ ଦେଇଥାଏ ବାର୍ତ୍ତା

ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଗଶେଣଙ୍କର ପୂଜା କରାଯାଇଥାଏ। ଘରେ ଏବଂ ବ୍ୟବସାୟ ସ୍ଥଳରେ ଗଣେଶଙ୍କୁ ପୂଜା କରାଯାଏ। ଭଗବାନ ଗଣେଶଙ୍କୁ ମଙ୍ଗଳକାରୀ ଓ ବିଘ୍ନହର୍ତ୍ତା କୁହାଯାଇଥାଏ। କାରଣ ତାଙ୍କର ସମସ୍ତ ଅଙ୍ଗ ଜୀବନରେ ଏକ ନୂତନ ଓ ସଠିକ ରାସ୍ତା ଦେଖାଇଥାଏ।

ବଡ ମସ୍ତକ :

- Advertisement -

ଭଗବାନ ଗଣେଶଙ୍କର ମସ୍ତକ ଅତ୍ୟନ୍ତ ବଡ ହୋଇଥାଏ। ବୈଜ୍ଞାନିକମାନଙ୍କ ଅନୁଯାୟୀ, ବଡ ମସ୍ତକ ଥିବା ବ୍ୟକ୍ତିଙ୍କର ପ୍ରଖର ବୃଦ୍ଧି ଓ ସଭାପତି ହେବାର କ୍ଷମତା ରହିଥାଏ।

ବାର୍ତ୍ତା : ନିଜର ଚିନ୍ତା ଧାରା ସର୍ବଦା ଉଚ୍ଚ ରଖିବା ଉଚିତ।ଛୋଟ ଆଖି :

ଭଗବାନ ଗଣେଶଙ୍କର ଚକ୍ଷୁ ଛୋଟ ଅଟେ। ବୈଜ୍ଞାନିକମାନଙ୍କ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କର ଆଖି ଛୋଟ ହୋଇଥାଏ ସେମାନେ ଚିନ୍ତନଶୀଳ ଓ ଗମ୍ଭୀର ସ୍ବଭାବର ହୋଇ ଥାଆନ୍ତି।

ବାର୍ତ୍ତା : ସମସ୍ତ କାର୍ଯ୍ୟକୁ ଗଭୀର ପର୍ଯ୍ୟନ୍ତ ବୁଝନ୍ତୁ। ଏପରି କରିବା ଦ୍ବାରା ଆପଣ ନେଇଥିବା ନିଷ୍ପତ୍ତି ଠିକ ବୋଲି ବିଚାର କରାଯିବ।

ଲମ୍ବା କାନ :

ଭଗବାନ ଗଣେଶଙ୍କର କାନ ବଡ ହୋଇଥାଏ। ବଡ କାନ ଥିବା ବ୍ୟକ୍ତି ଭାଗ୍ୟଶାଳୀ ଓ ଦୀର୍ଘାୟୁ ହୋଇଥାନ୍ତି। ବଡ କାନ ଥିବା ବ୍ୟକ୍ତିମାନେ ସମସ୍ତଙ୍କ କଥାକୁ ଧ୍ୟାନର ସହ ଶୁଣି ଥାଆନ୍ତି। କିନ୍ତୁ ଯେକୌଣସି କାର୍ଯ୍ୟର ନିର୍ଣ୍ଣୟ ନେବା ବେଳେ ନିଜର ବୁଦ୍ଧି ଓ ବିବେକ ବ୍ୟବହାର କରିଥାଆନ୍ତି।

ବାର୍ତ୍ତା : ଖରାପ କଥା ଶୁଣିଲେ ମଧ୍ୟ ଗ୍ରହଣ କରନ୍ତୁ ନାହିଁ। ଭଲ କଥାକୁ ସର୍ବଦା ଗ୍ରହଣ କରନ୍ତୁ।ଶୁଣ୍ଢ :

ଭଗବାନ ଗଣେଶଙ୍କର ଶୁଣ୍ଢ ସର୍ବଦା ଝୁଲିବା ପରି ରହିଥାଏ। ଏହାଦ୍ବାରା ସେ ସର୍ବଦା ସକ୍ରିୟ ରହିବାର ବାର୍ତ୍ତା ଦେଖଥାନ୍ତି।

ବାର୍ତ୍ତା : ଜୀବନରେ ସର୍ବଦା ସକ୍ରିୟ ରହିବା ଉଚିତ। ସୁଖ ହେଉକି ଦୁଃଖ ହେଉ ସବୁ ସମୟରେ କାର୍ଯ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିବା ଉଚିତ।

ବଡ ପେଟ :

ଭଗବାନ ଗଣେଶଙ୍କର ପେଟ ଅଧିକ ବଡ ହୋଇଥାଏ। ସେ ସବୁ ଭଲ ଓ ଖରାପ ଦ୍ରବ୍ୟକୁ ଗ୍ରହଣ କରିଥାନ୍ତି। ଯେକୌଣସି ନିର୍ଣ୍ଣୟ ନେବା ବେଳେ ବୁଝିସୁଝି ନେଇଥାନ୍ତି।

ବାର୍ତ୍ତା : ବଡ ପେଟ ସୁଖର ପ୍ରତୀକ ଅଟେ।ଏକ ଦନ୍ତ :

ଭଗବାନ ଗଣେଶ ଓ ପର୍ଶୁରାମଙ୍କ ମଧ୍ୟରେ ଥରେ ଯୁଦ୍ଧ ହୋଇଥିଲା। ସେହି ଯୁଦ୍ଧରେ ଭଗବାନ ଗଣେଶଙ୍କର ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିଲା। ତେଣୁ ତାଙ୍କୁ ଏକ ଦନ୍ତ ବୋଲି ମଧ୍ୟ କୁହାଯାଇଥାଏ। ସେହି ଭଙ୍ଗା ଦାନ୍ତକୁ ଲେଖନୀ ରୂପେ ବ୍ୟବହାର କରି ସେ ମହାଭାରତ ଗ୍ରନ୍ଥ ଲେଖିଥିଲେ।

ବାର୍ତ୍ତା : ଭାଙ୍ଗି ଯାଇଥିବା ଦାନ୍ତରୁ ବାର୍ତ୍ତା ମିଳେ ଯେ, ଆମକୁ ପ୍ରତ୍ୟେକ ଜିନିଷର ସଦୁପଯୋଗ କରିବା ଉଚିତ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories