www.samajalive.in
Monday, December 15, 2025
24.1 C
Bhubaneswar

ହଂସରାଜ ବାରରୁ ଚୋରି

ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ଜୟଶ୍ରୀ ଛକ ଷୋହଳ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ହଂସରାଜ ବାରରୁ ସୋମବାର ରାତ୍ରରେ ଚୋରି ହୋଇଥିବା ଜଣା ପଡିଛି । ଖବର ପାଇ ଗଞ୍ଜାମ ଥାନାରେ ଥିବା ପ୍ରୋବେସନାରୀ ଆଇପିଏସ ଅଫିସର ମନୀଷ ସଗୁନ, ସେକେଣ୍ଡ ଅଫିସର ଅନିରୁଦ୍ଧ ସ୍ୱାଇଁ, ଏଏସଆଇ ସୁପ୍ରଭା ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେଠାରେ ଲାଗିଥିବା ସିସିଟିଭି ଫୁଟେଜରୁ କିଛି ମାତ୍ରରେ ପୋଲିସକୁ ତଥ୍ୟ ମିଳିଥିଲା । ସୂଚନା ଯୋଗ୍ୟ ଯେ ତିନିଜଣ ଯୁବକ ସୋମବାର ବିଳମ୍ବିତ ରାତିରେ ଛାତ ଉପରୁ ବାରର କବାଟଗ୍ରିଲକୁ ଲୁହା ରଡରେ  ତାଡି ମଦ କାଉଣ୍ଟରରେ ପଶି ଡ୍ରରୁ ୭୨ ହଜାର ଟଙ୍କା ଏବଂ ରୁମ ହାର୍ଡଡିକ୍ସ ଚୋରି କରି ନେଇଯାଇଥିବା ଜଣାପଡ଼ିଛି । ଏନେଇ ମ୍ୟାନେଜର ଗଞ୍ଜାମ ଥାନାରେ ଏତଲା ଦେଇଛନ୍ତି । ସମସ୍ତ ତିନିଜଣ ଯୁବକ କମ ବୟସର ବୋଲି ଫୁଟେଜରୁ ଅନୁମାନ କରାଯାଉଛି । ଘଟଣାର ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories