www.samajalive.in
Sunday, December 14, 2025
23.1 C
Bhubaneswar

ଖଣି ଟାଣି ନେଉଛି ପାଣି, ଜୀବ ଜଗତ ଛଟପଟ

ରେଙ୍ଗାଲି : ନଦୀ, ନାଳ ଆଦି ପ୍ରାକୃତିକ ଏବଂ ପାରମ୍ପରିକ ଜଳ ଉତ୍ସ ଉପରେ ମାନବ ସମାଜ ନିର୍ଭର କରୁଛି । ତେବେ ବିଡମ୍ବନାର ବିଷୟ ଶିଳ୍ପାୟନ ତଥା ଅହେତୁକ ଶିଳ୍ପ ପ୍ରେମ ଯୋଗୁଁ  ନଦୀ ନାଳ ଆଦି ଜଳ ନଷ୍ଟ ହେବାରେ ଲାଗିଛି । ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାରେ ଜୀବନ ରେଖା କୁହାଯାଉଥିବା ଭେଡେନ ନଦୀରୁ ଅବିଚାରିତ ଭାବରେ ଏନଏଲସି କୋଇଲା ଖଣି  ରୀତିମତ  ପାଣି ଟାଣି ନେଉଛି । ଫଳରେ ଏହି ନଦୀର  ଖିଣ୍ଡାରୁ ଉପର ମୁଣ୍ଡ ଅଳର ନଦୀ ଶଯ୍ୟା ଶୁଖା ହୋଇ ପଡିରହିଛି । ଖଣିର ତୃଷା ନିବାରଣ ପାଇଁ ଅନ୍ୟ ଜୀବ ଜଗତକୁ ଶୋଷିଲା ରଖାଯିବା କେତେ ଦୂର ନ୍ୟାୟ ସଙ୍ଗତ । ଏହା କି ପ୍ରକାର ବିଚିତ୍ର ନିୟମ ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି ।

ଜଳସଂପଦ ବିଭାଗ ସୁତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା  ରେଙ୍ଗାଲି ବ୍ଳକ୍‌ ଖିଣ୍ଡା ଗ୍ରାମ ପଞ୍ଚାୟତରେ ଥିବା ଏନ୍‌ଏଲ୍‌ସି କମ୍ପାନୀର ତଲାବିରା (୨) ଏବଂ (୩) କୋଇଲା ଖଣି ପାଇଁ ପ୍ରତି ସେକେଣ୍ଡରେ ୦.୨୬୩ କ୍ୟୁବିକ୍‌ ଫୁଟ୍‌ ପାଣି ଟାଣି ନେବା ପାଇଁ କମ୍ପାନୀ ସହିତ ଚୁକ୍ତି ହୋଇଛି । ଜଳ ସମ୍ପଦ ବିଭାଗ ସହିତ ଚୁକ୍ତି ଏବଂ ଅନୁମତି ପ୍ରଦାନ ପରେ କମ୍ପାନୀ ଭେଡେନ ନଦୀର ତିଳବନ୍ଧା ଦରହରେ ମୋଟର ପମ୍ପ ବସାଇ ଅହୋରାତ୍ର ପାଣି ଟାଣି ନେଉଛି । ପ୍ରତି ସେକେଣ୍ଡରେ ୦.୨୬୩ କ୍ୟୁବିକ୍‌ ଫୁଟ୍‌ ହିସାବରେ ଖଣି ପାଇଁ ନଦୀରୁ ଦୈନିକ ୬ଲକ୍ଷ ୪୩ ହଜାର ଲିଟର ଏବଂ  ମାସକୁ ୧୯୩ ଲକ୍ଷ ଲିଟର ପାଣି ଟାଣି ନିଆଯାଉଛି ।

- Advertisement -

ଭେଡେନ ନଦୀର ତିଳବନ୍ଧା ଦରହ ଉପରେ ନୁଆଁ ଖିଣ୍ଡା, ଚାଳଟିକ୍ରା, ଦେମୁଳପଡା, ରୋହିଦାସ ପଡା ଏବଂ ଝାରସୁଗୁଡା ଜିଲ୍ଲାର କୁମ୍ଭାରୀ ତରେକେଲା ଆଦି ନଦୀତଟବ ଅଳର  ଗ୍ରାମବାସୀ ସ୍ନାନ ଶୌଚ ପାଇଁ ନିର୍ଭର କରିଥାନ୍ତି  ।  ସରକାର ନଦୀ ସୁରକ୍ଷାର ସ୍ଲୋଗାନ୍‌ ଦେଉଥିବାବେଳେ ଭେଡେନ ନଦୀର ପାଣି ଖଣିକୁ ଟାଣି ନେବାକୁ ଅନୁମତି ଦେବା କି ପ୍ରକାର ନଦୀ ସୁରକ୍ଷା ବୋଲି ପ୍ରଶ୍ନ  ହେଉଛି ।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories