www.samajalive.in
Sunday, December 14, 2025
17.1 C
Bhubaneswar

ରାଇକିଆରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା

ରାଇକିଆ : ଆସନ୍ତା ୨୧ ତାରିଖରୁ କନ୍ଧମାଳ ମହୋତ୍ସବ ଆରମ୍ଭ ହେବାକୁ ଥିବାବେଳେ ରାଇକିଆ ସ୍ଥାନୀୟ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଖେଳ ପଡିଆଠାରେ କ୍ରୀଡ଼ା ଅନୁଷ୍ଠିତ ହୋଇଛି। ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ବ୍ଲକ୍ ପ୍ରଶାସନ ତରଫରୁ ମଙ୍ଗଳବାର ଛାତ୍ରଛାତ୍ରୀଙ୍କୁ ନେଇ ବ୍ଲକ୍ ସ୍ତରୀୟ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ମଧ୍ୟରେ କବାଡି, ଖଖୋ, ଭଲିବଲ, ଫୁଟବଲ୍ ଭଳି କ୍ରୀଡାକୁ ଏଥିରେ ସାମିଲ୍ କରାଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା, ବିଧାୟକ ପ୍ରତିନିଧି ତାରିଣୀ ପରିଛା , ଏବିଡିଓ ଦିବ୍ୟସିଂହ କହଁର, ସରପଞ୍ଚ ଗୀତାଞ୍ଜଳୀ ନାୟକ, ସରପଞ୍ଚ ଅକ୍ଷୟ ପ୍ରଧାନ, ସମିତି ସଭ୍ୟ ପ୍ରଦୀପ ପ୍ରଧାନ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । କ୍ରୀଡା ଉଦଯାପନୀରେ ବିଡ଼ିଓ ସାହୁ ପ୍ରତିଯୋଗୀଙ୍କ ସହ ହାତ ମିଶାଇ ଉତ୍ସାହିତ କରିଥିବାବେଳେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀଙ୍କୁ ମାନପତ୍ର ,ଟ୍ରଫି ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଡବ୍ଲୁଇଓ ଉର୍ମିଳା ପ୍ରଧାନ, ଯୋଗାଣ ନୀରିକ୍ଷକ କିରଣ ବେହେରା, ବିପିଏମ୍ କମଲ ପ୍ରସାଦ ନାୟକ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ କାର୍ତ୍ତିକ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବ୍ଲକରୁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଖେଳ ପରିଚାଳନା କରିଥିଲେ । ମହୋତ୍ସବ ପାଇଁ ରାଇକିଆରେ ତିନି ଦିନ ବିଭିନ୍ନ କାର୍ଯ୍ୟକ୍ରମକୁ ବ୍ଲକ୍ ପ୍ରଶାସନ ସୁରୁଖୁରୁରେ ପରିଚାଳନା କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories