ମହାରାଷ୍ଟ୍ରରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅଲଗା ହେବ

0

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ସହିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏକାକାଳୀନ ହେବ ନାହିଁ। ରାଜ୍ୟରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ଅଲଗା ହେବ ବୋଲି ସୂଚନା ମିଳିଛି। ମହାରାଷ୍ଟ୍ରର ଶାସକ ବିଜେପିର କେନ୍ଦ୍ରୀୟ ନେତୃବର୍ଗ ଗୁରୁବାର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଦୁଇ ନିର୍ବାଚନ ଏକକାଳୀନ କରିବା ନେଇ ଚର୍ଚ୍ଚା ହୋଇଆସୁଥିଲା। ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ଇଚ୍ଛା ପ୍ରକାଶ କରିଥିଲେ। ତେବେ କେନ୍ଦ୍ର ନେତୃବୃନ୍ଦ ଏହାକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply