www.samajalive.in
Monday, December 15, 2025
24.1 C
Bhubaneswar

ଶତ୍ରୁଘ୍ନ ସିହ୍ନାଙ୍କ ପାଇଁ କଂଗ୍ରେସକୁ ଧନ୍ୟବାଦ ଜଣାଇଲେ ଜେଟଲୀ, କହିଲେ ଆମ ମୁଣ୍ଡ ବିନ୍ଧା ଏବେ ତମ ପାଖରେ

ନୂଆଦିଲ୍ଲୀ : ବିଜେପିର ବିଦ୍ରୋହୀ ସାଂସଦ ଶତ୍ରୁଘ୍ନ ସିହ୍ନା ଅପ୍ରେଲ ୬ରେ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ଏନେଇ ବିଧିବଦ୍ଧ ଘୋଷଣା ହୋଇସାରିଛି। ଏହାକୁ ନେଇ ବିଜେପି ନେତା ତଥା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଶୁକ୍ରବାର କଟାକ୍ଷ କରିଛନ୍ତି। ଅରୁଣ ଜେଟଲୀ ଅଭିନେତାରୁ ନେତା ସାଜିଥିବା ଶତ୍ରୁଘ୍ନଙ୍କୁ ମୁଣ୍ଡ ବିନ୍ଧା ବୋଲି କହିଛନ୍ତି। ଏହାସହ ସେ କଂଗ୍ରେସକୁ ଧନ୍ୟବାଦ ଜଣାଇଛନ୍ତି। ସେ ଫେସ୍‍ବୁକର ନିଜ ବ୍ଲଗରେ ଲେଖିଛନ୍ତି ଯେ ବିଜେପିର ଜଣାଶୁଣା କେତେକ ଚେହେରାଙ୍କୁ କଂଗ୍ରେସ ଉପହାର ସ୍ୱରୁପ ଗ୍ରହଣ କରିଛି। ଆମେ ଏଥିପାଇଁ କଂଗ୍ରେସକୁ ଧନ୍ୟବାଦ ଜଣାଉଛୁ। କାରଣ ଆମ ମୁଣ୍ଡ ବିନ୍ଧା ଏବେ ତାଙ୍କର। ଶୁଭ ଭାଗ୍ୟ ପାଇଁ କାମନା।
ଏହାସହ ସେ କଂଗ୍ରେସର ମହାମେଣ୍ଟକୁ ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି ଯେ ମୁଖ୍ୟ ବିରୋଧୀ ଦଳ ପାଇଁ ସବୁକିଛି ଠିକ ଚାଲୁନାହିଁ। କାରଣ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ କୌଣସି ବି ରାଜ୍ୟରେ ଅର୍ଥପୂର୍ଣ୍ଣ ମେଣ୍ଟ ଗଠନ କରିବାରେ ସଫଳ ହୋଇନାହିଁ। ଏହାସହ ସେ ମହାମେଣ୍ଟକୁ ରାଜୈତିକ ସର୍କସ ବୋଲି ଉଲ୍ଲେଖ କରିଛନ୍ତି। ମହାମେଣ୍ଟ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି। କାରଣ ତୃତୀୟ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖ ଆସିଗଲାଣି। ଏପର୍ଯ୍ୟନ୍ତ ସେଭଳି କୌଣସି ମେଣ୍ଟ ହୋଇନାହିଁ ବୋଲି ସେ କହିଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories