www.samajalive.in
Saturday, December 13, 2025
14.1 C
Bhubaneswar

ଅପରାଧ ସନ୍ଦେହରେ ୩ ଯୁବକ ଗିରଫ

କଲମପୁର : କଲମପୁର ଥୁଆମୁଳ ରାମପୁର ରାସ୍ତାର ସିଙ୍ଗାରୀ ଘାଟି ମଧ୍ୟରେ କିଛି ମାରଣାସ୍ତ୍ର ଧରି କୌଣସି ଅପରାଧିକ ଯୋଜନାରେ ରହିଥିବା ୩ ଯୁବକଙ୍କୁ ଥୁଆମୁଳ ରାମପୁର ପୁଲିସ ଗିରଫ କରିବା ଓ ସେମାନଙ୍କୁ କୋର୍ଟଚାଲାଣ କରିଛି।
ପ୍ରାପ୍ତ ସୂଚନା ଅନୁସାରେ ଗତ ବୁଧବାର ଦିନ ଜୁନାଗଡ ଲକ୍ଷ୍ମୀସାଗରପଡାର ଭୁବନେଶ୍ୱର ଖର୍ସେଲ (୧୯) ଜୁନାଗଡ କାଦୋପଦର ଗ୍ରାମର ବିକାଶ ମାଝୀ ଓ ମୁକେଶ ମାଝୀ ଜୁନାଗଡରୁ ଆସି କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟିରେ କୌଣସି ଏକ ଅପରାଧିକ ଯୋଜନା ପ୍ରସ୍ତୁତ କରୁଥିଲେ। ମୁହଁରେ କଳା ରୁମାଲ ବାନ୍ଧି କିଛି ଲୋକଙ୍କୁ ଅଟକାଇବା ପାଇଁ ପ୍ରୟାସ କରୁଥିଲେ। ଏହି ସମୟରେ ଏକ ଦମ୍ପତି ଏକ ମଟରସାଇକଲ ଯୋଗେ କଲମପୁର ପଟରୁ ଥୁଆମୁଳ ରାମପୁରକୁ ଯାଉଥିବା ବେଳେ ୩ ଯୁବକ ସେମାନଙ୍କୁ ଅନୁସରଣ କରୁଥିଲେ। ଏନେଇ ଦମ୍ପତି ନିଜ ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ। ସମ୍ପର୍କୀୟ ସୂଚନା ପାଇବା ପରେ ତୁରନ୍ତ ପୁଲିସକୁ ସୂଚନା ଦେବାସହ ସାଧା ପୋଷାକରେ ଥିବା ପୁଲିସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ୩ ଯୁବକଙ୍କୁ କାବୁ କରିଥିଲେ। ଏହାସହ ସେମାନେ ବ୍ୟବହାର କରୁଥିବା ଏକ ହିରୋ ଏଚ.ଏଫ ଡିଲକ୍ସ ଗାଡି ନଂ ଓ.ଡି ୦୮ ୫୨୮୬ ସମେତ ସେମାନଙ୍କ ପାଖରେ ଥିବା ଏକ ମାରଣାସ୍ତ୍ରକୁ ପୁଲିସ ଜବତ କରିଥିଲା।
ସୁଚନାଯୋଗ୍ୟ ଯେ, ଜଣାପଡିବା ଭୟରେ ବାଇକର ନମ୍ବର ପ୍ଲେଟକୁ ଗୋବର ଓ ମାଟିରେ ଲିପି ଦେଇଥିଲେ। ଏ ସମସ୍ତ ଘଟଣା ସମେତ ସେମାନଙ୍କ ପରିଚୟ ଓ ସେମାନଙ୍କ କାର୍ଯ୍ୟ ନେଇ ପୁଲିସକୁ ଭୁଆଁ ବୁଲାଇବାକୁ ପ୍ରୟାସ କରିଥିଲେ। ଦୁଇଦିନ ଧରି ପୁଲିସ ସେମାନଙ୍କୁ ଅଟକ ରଖି ଘଟଣାର ତଦନ୍ତ କରିବା ପରେ ଥୁଆମୁଳ ରାମପୁର ଥାନାରେ ମାମଲା ରୁଜୁକରି ଆଇ.ପି.ସି ୩୯୩ ଓ ୨୫ ବଳରେ କୋର୍ଟଚାଲାଣ କରାଯାଇଛି। ଏବେ ନିର୍ବାଚନ ଥିବାରୁ ଏଭଳି ଅନେକ ଅପରାଧିକ କାଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ତେଣୁ ତୁରନ୍ତ ପୁଲିସ ପ୍ରଶାସନ ତରଫରୁ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଦାବି ହେଉଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories