www.samajalive.in
Sunday, December 7, 2025
14.1 C
Bhubaneswar

ରାଜ୍ୟପାଳ କଲ୍ୟାଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ସମସ୍ୟା ବଢିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କଲ୍ୟାଣ ସିଂହ ଦେଇଥିବା ଟିପ୍ପଣୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ର ସରକାରଙ୍କୁ କହିଛନ୍ତି।
ରାଜ୍ୟପାଳ କଲ୍ୟାଣ ସିଂହ ଏକ ର୍ୟାଲିରେ କହିଥିଲେ ଯେ ନରେନ୍ଦ୍ର ମୋଦୀ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ। ବିରୋଧୀ ଦଳଗୁଡ଼ିକ ଏହି ଘଟଣାକୁ ନେଇ ନିର୍ବାଚନ ଆୟେଗା (ଇସି)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତଦନ୍ତ ପରେ ଇସି ପକ୍ଷରୁ କୁହାଯାଇଥିଲା ଯେ କଲ୍ୟାଣ ସିଂହ ନିଜ ସାମ୍ବିଧାନିକ ପଦ ଓ ନିୟମର ଉଲ୍ଳଙ୍ଘନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ମାମଲାର ଫାଇଲ ଗୃହ ମନ୍ତ୍ରାଳୟକୁ ପଠାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ କରିଛନ୍ତି। ଦେଶରେ ପ୍ରଥମ ଥର କୌଣସି ରାଜ୍ୟପାଳ ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି। ତେବେ ନିର୍ବାଚନୀ ଆଦର୍ଶ ଆଚରଣ ବିଧି ରାଜ୍ୟପାଳ ଭଳି ସାମ୍ବିଧାନିକ ପଦାଧିକାରୀଙ୍କ ପାଇଁ ଲାଗୁ ହୁଏ ନାହିଁ। ଏହା ପରେ ବି ରାଷ୍ଟ୍ରପତି କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି। ଏପରି କରି ରାଜ୍ୟପାଳ ଭଳି ପଦରେ ଥିବା ଲୋକେ ଏଭଳି ମାମଲାରୁ ଦୂରରେ ରହିବା ଉଚିତ୍‍ ବୋଲି ରାଷ୍ଟ୍ରପତି ସ୍ପଷ୍ଟ କରିଦେଇଛନ୍ତି। ଅପରପକ୍ଷରେ କଂଗ୍ରେସ ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories