BJD Bijuli 480×75 Mob

ରାଜଭବନ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା : ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ବିଦ୍ୟାର୍ଥୀଙ୍କୁ ସଂରକ୍ଷଣ ଦାବି

BJD Bijuli 480×75 Mob

ଭୁବନେଶ୍ବର : କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ନାମଲେଖାବେଳେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉପେକ୍ଷା କରାଯାଇଛି। ଏହାକୁ ବିରୋଧ କରି ଆସନ୍ତା ଶିକ୍ଷାବର୍ଷରେ ନାମଲେଖାବେଳେ ଓଡ଼ିଶାର ଛାତ୍ରଛାତ୍ରୀ ୨୫ % ସଂରକ୍ଷଣ ଦେବାକୁ ଭୁବନେଶ୍ୱର ଷ୍ଟୁଡେଣ୍ଟସ୍ ଫେଡେରେସନ ପକ୍ଷରୁ ଦାବି କରାଯାଇଛି। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କର୍ଣ୍ଣପାତ କରୁନଥିବାରୁ ଫେଡେରେସନ୍ ପକ୍ଷରୁ ସୋମବାର ରାଜଭବନ ନିକଟରେ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ।

ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରତୀକ୍ ଓଁକାର ସାହାଣୀଙ୍କ ନିର୍ଦେଶକ୍ରମେ ଉପପ୍ରତିଷ୍ଠାତା ସୁଦୀପ୍ତ ପ୍ରକାଶ ପୃଷ୍ଟିଙ୍କ ନେତୃତ୍ୱରେ ବିଦ୍ୟାର୍ଥୀ ଏକାଠି ହୋଇ ଧାରଣା ଦେବା ସହ ୫ଜଣିଆ‌ ପ୍ରତିନିଧିଦଳ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍‌ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଆସନ୍ତା ଶିକ୍ଷାବର୍ଷରେ ସଂରକ୍ଷଣ ନମିଳିଲେ ଆନ୍ଦୋଳନକୁ ତ୍ରୀବ୍ରତର କରିବା ସହ ଦିଲ୍ଲୀଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଛାତ୍ରନେତା ସାହିଲ୍ ହରିଚନ୍ଦନ, ଅନ୍ତର୍ଯ୍ୟାମୀ ପ୍ରଧାନ, ମନୋଜ ଜୀ, ଶିବ ବେହେରା, ବିକ୍ରମଜିତ୍ ସ୍ୱାଇଁ, ଅଭିଜିତ୍ ମହାପାତ୍ର, ସୌମ୍ୟ ରଞ୍ଜନ ସ୍ୱାଇଁ, ଦୀପକ କୁମାର, ନାଗେଶ ମହାନ୍ତି, ରାଜମୋହନ ଜେନା, ଅଭିଷେକ୍ ମହାନ୍ତି, ପ୍ରକାଶ ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କିଛି ମାସ ପୂର୍ବେ ସଙ୍ଗଠନର ଉପପ୍ରତିଷ୍ଠାତା ଶ୍ରୀ ପୃଷ୍ଟିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତ ବେଳେ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।କ

Comments are closed.