www.samajalive.in
Sunday, December 7, 2025
26.1 C
Bhubaneswar

ଅବ୍ୟବସ୍ଥାରେ ବୋରପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଳକ ଅନ୍ତର୍ଗତ ବୋରପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୬୬ ମସିହାରେ ସ୍ଥାପନ ହୋଇଥିଲା। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷା ଦାନ ପାଇଁ ୩ଜଣ ଶିକ୍ଷକ ଅଛନ୍ତି।କିନ୍ତୁ ୮ ଶ୍ରେଣୀ ପିଲାଙ୍କ ପାଇଁ ମାତ୍ର ଗୋଟିଏ କୋଠରି ରହିଛି। ଗୋଟିଏ କୋଠରି ଓ ସ୍କୁଲ ବାରଣ୍ଡାରେ ବସାଇ ପିଲାଙ୍କୁ ପାଠ ପଢାଇବା ସମ୍ଭବ ହୋଇ ପାରୁନାହିଁ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ବୈଦ୍ୟନାଥ ନାଏକ ଓ ଶିକ୍ଷକ ମାନେ ପ୍ରକାଶ କରିଛନ୍ତି।
ସ୍କୁଲକୁ ନେଇ ବ୍ଳକ ଶିକ୍ଷା ବିଭାଗ, ଗ୍ରାମପଞ୍ଚାୟତଠାରୁ ବ୍ଳକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଶୁଣୁନଥିବା ଅଭିଯୋଗ କରିଛି ସ୍କୁଲ ପରିଚାଳନା କମିଟି। ସେହିପରି ସ୍କୁଲରେ ପାଚିରି ନାହିଁ,ସ୍କୁଲ ସାମ୍ନାରେ ଥିବା ନଳକୂପରେ ଗୋଳିଆ ପାଣି ବାହାରିବା ବେଳେ ଗୋଟିଏ ବାଲଟି ପାଣି ବାହାରି ପରେ ଆଉ ପାଣି ବାହାରୁ ନାହିଁ। ରୋଷେଇ ଘର ନାହିଁ। ରାନ୍ଧିବା ସ୍ଥାନରେ ଡାଳ ଛାଉଣି କରି ମଧ୍ୟାନ ଭୋଜନ ରାନ୍ଧିବା ସହିତ ଛାତ୍ରଛାତ୍ରୀଙ୍କୁ ଖାଇବା ଯୋଗାଉଛନ୍ତି ଗାଁର ଏସଏସଜି ମହିଳା ମାନେ। ସ୍କୁଲରେ ପିଲାଙ୍କୁ ବସିବାକୁ ବାରଣ୍ଡା ନଥିବା ଯୋଗୁଁ ଖୋଲା ଆକାଶ ତଳେ ବସି ମଧ୍ୟାନ ଭୋଜନ ଖାଉଛନ୍ତି ସ୍କୁଲର ଛାତ୍ରଛାତ୍ରୀ ମାନେ। ଏନେଇ ବ୍ଳକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକଙ୍କୁ ପଚାରିବାରୁ ବୋରପଦର ସ୍କୁଲରେ ପ୍ରକୃତରେ ଅବ୍ୟବସ୍ଥା ରହିଛି। ବର୍ତ୍ତମାନ ଏହି ଦାୟିତ୍ୱ ସରକାର ପଞ୍ଚାୟତରାଜ ବିଭାଗକୁ ହସ୍ତାନ୍ତର କରିଛନ୍ତି। ବ୍ଳକ ପ୍ରଶାସନ ଓ ଗ୍ରାମ ପଞ୍ଚାୟତ ଏଥିପ୍ରତି ଦୃଷ୍ଟି ଦେବା କଥା ବୋଲି ପ୍ରକାଶ କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories