www.samajalive.in
Wednesday, December 10, 2025
18.1 C
Bhubaneswar

ଅବ୍ୟବସ୍ଥାରେ ବୋରପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଳକ ଅନ୍ତର୍ଗତ ବୋରପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୬୬ ମସିହାରେ ସ୍ଥାପନ ହୋଇଥିଲା। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷା ଦାନ ପାଇଁ ୩ଜଣ ଶିକ୍ଷକ ଅଛନ୍ତି।କିନ୍ତୁ ୮ ଶ୍ରେଣୀ ପିଲାଙ୍କ ପାଇଁ ମାତ୍ର ଗୋଟିଏ କୋଠରି ରହିଛି। ଗୋଟିଏ କୋଠରି ଓ ସ୍କୁଲ ବାରଣ୍ଡାରେ ବସାଇ ପିଲାଙ୍କୁ ପାଠ ପଢାଇବା ସମ୍ଭବ ହୋଇ ପାରୁନାହିଁ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ବୈଦ୍ୟନାଥ ନାଏକ ଓ ଶିକ୍ଷକ ମାନେ ପ୍ରକାଶ କରିଛନ୍ତି।
ସ୍କୁଲକୁ ନେଇ ବ୍ଳକ ଶିକ୍ଷା ବିଭାଗ, ଗ୍ରାମପଞ୍ଚାୟତଠାରୁ ବ୍ଳକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଶୁଣୁନଥିବା ଅଭିଯୋଗ କରିଛି ସ୍କୁଲ ପରିଚାଳନା କମିଟି। ସେହିପରି ସ୍କୁଲରେ ପାଚିରି ନାହିଁ,ସ୍କୁଲ ସାମ୍ନାରେ ଥିବା ନଳକୂପରେ ଗୋଳିଆ ପାଣି ବାହାରିବା ବେଳେ ଗୋଟିଏ ବାଲଟି ପାଣି ବାହାରି ପରେ ଆଉ ପାଣି ବାହାରୁ ନାହିଁ। ରୋଷେଇ ଘର ନାହିଁ। ରାନ୍ଧିବା ସ୍ଥାନରେ ଡାଳ ଛାଉଣି କରି ମଧ୍ୟାନ ଭୋଜନ ରାନ୍ଧିବା ସହିତ ଛାତ୍ରଛାତ୍ରୀଙ୍କୁ ଖାଇବା ଯୋଗାଉଛନ୍ତି ଗାଁର ଏସଏସଜି ମହିଳା ମାନେ। ସ୍କୁଲରେ ପିଲାଙ୍କୁ ବସିବାକୁ ବାରଣ୍ଡା ନଥିବା ଯୋଗୁଁ ଖୋଲା ଆକାଶ ତଳେ ବସି ମଧ୍ୟାନ ଭୋଜନ ଖାଉଛନ୍ତି ସ୍କୁଲର ଛାତ୍ରଛାତ୍ରୀ ମାନେ। ଏନେଇ ବ୍ଳକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକଙ୍କୁ ପଚାରିବାରୁ ବୋରପଦର ସ୍କୁଲରେ ପ୍ରକୃତରେ ଅବ୍ୟବସ୍ଥା ରହିଛି। ବର୍ତ୍ତମାନ ଏହି ଦାୟିତ୍ୱ ସରକାର ପଞ୍ଚାୟତରାଜ ବିଭାଗକୁ ହସ୍ତାନ୍ତର କରିଛନ୍ତି। ବ୍ଳକ ପ୍ରଶାସନ ଓ ଗ୍ରାମ ପଞ୍ଚାୟତ ଏଥିପ୍ରତି ଦୃଷ୍ଟି ଦେବା କଥା ବୋଲି ପ୍ରକାଶ କରିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories