www.samajalive.in
Friday, December 5, 2025
20.1 C
Bhubaneswar

୧୦୦ ମିଟର ଜାତୀୟ ଦୌଡ଼ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ କଳାହାଣ୍ଡି ପୁଅ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଆଶ୍ରମପଡାର ଲାଲୁ ପ୍ରସାଦ ଭୋଇ ବେଙ୍ଗାଲୁରୁରେ ଅନୁଷ୍ଠିତ ୧୦୦ ମିଟର ଜାତୀୟ ମୁକ୍ତ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି କୀର୍ତ୍ତିମାନ ସ୍ଥାପନ ପାଇଁ ସେ ୧୦. ୪୬ ସେକେଣ୍ଡ ସମୟ ନେଇଥିଲେ । ପଙ୍କରୁ ପଦ୍ମ ଫୁଟିବା ପରି ଗରିବ ପରିବାରର ଲାଲୁଙ୍କ ସଫଳତା ଲାଞ୍ଜିଗଡ ଅଞ୍ଚଳର ଗୌରବକୁ ବହୁଗୁଣିତ କରିପାରିଛି । ତାଙ୍କର ସଫଳତାକୁ ନେଇ ଆଜି ଲାଞ୍ଜିଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ଅଧ୍ୟକ୍ଷ ନିହାରକାନ୍ତ ବିଶ୍ଵାଳ, ଡ. ମାନସ ରଞ୍ଜନ ରଥ, ଅଧ୍ୟାପକ ବିକ୍ରମ ସ୍ଵାଇଁ, କାଶୀ ବିଶ୍ଵନାଥ ରଣସିଂହ, ଦିଲ୍ଲୀପ କୁମାର ମହନ୍ତ, ଉମାକାନ୍ତ ବେଣୁପାଣି ପ୍ରମୁଖ ଲାଲୁଙ୍କ କୃତିତ୍ଵ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଅତୀତରେ ଲାଲୁ ଏହି ବିଦ୍ୟାଳୟରୁ ତାଙ୍କର ଜୟଯାତ୍ରା ଆରମ୍ଭ କରିଥିଲେ । ଏହି ସଭାରେ ଲାଲୁଙ୍କ ବାପା କାର୍ତ୍ତିକ ଚନ୍ଦ୍ର ଭୋଇ ଓ ମା’ ଗୋଲାପି ଭୋଇ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ପୁଅର ସଫଳତାରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories