www.samajalive.in
Saturday, December 6, 2025
15.1 C
Bhubaneswar

ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍

ଜି.ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନସ୍ଥ ଲିଙ୍ଗାଗଡ଼ ଗ୍ରାମ ନିକଟରେ ରବିବାର ମାଳତୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୋଟିଏ ଗାଈର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଯାତ୍ରୀଙ୍କ କ୍ଷୟକ୍ଷତି ନେଇ ସଠିକ୍‌ ସୂଚନା ମିଳିପାରିନାହିଁ।

ବିବରଣୀରୁ ପ୍ରକାଶ ଯେ, ବସ୍‌ଟି ଆସିକାଠାରୁ ମୁନିଗୁଡା ଅଭିମୁଖେ ଯାତ୍ରୀ ନେଇ ଯାଉଥିବାବେଳେ ଲିଙ୍ଗାଗଡଠାରେ ଗାଈ ଓ ଷଣ୍ଢ ଲଢେଇ କରି ହଠାତ୍ ରାସ୍ତା ଉପରକୁ ଉଠିଆସିଥିଲେ। ଚାଳକ ବିଜୟ ନାରାୟଣ ପ୍ରଧାନ ଉଭୟ ଗାଈ ଓ ଷଣ୍ଢକୁ ବଞ୍ଚାଇବାକୁ ଯାଇ ବସ୍‌ଟି ରାସ୍ତା କଡ଼କୁ ଖସି ଯାଇ ଓଲଟିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାସ୍ଥଳରେ ଗୋଟିଏ ଗାଈର ମୃତ୍ୟୁ ହେବାସହ ଦୁଇରୁ ତିନି ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକ ଆହତଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ଅଧିକାରୀ ଉମାଚରଣ ଭଟ୍ଟମିଶ୍ର, ପୁଲିସ ଉପଖଣ୍ଡ ଅଧିକାରୀ ବିଜୟ କୁମାର ବିଶି, ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୁଜାରୀ ସଦଳବଳେ ପହଞ୍ଚିଥିବାବେଳେ ମୋଟର କର୍ମଚାରୀ ସଂଘ ସଦସ୍ୟ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୁଲିସ ଦୁର୍ଘଟଣାର ତଦନ୍ତ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories