www.samajalive.in
Friday, December 5, 2025
20.1 C
Bhubaneswar

ଦୋଷ ଲୁଚାଇବାକୁ ଷଡ଼ଯନ୍ତ୍ର, ରୋଗୀ ମୃତ୍ୟୁ ପରେ ପ୍ରେସକ୍ରିପସନ ବଦଳାଇଲେ ଡାକ୍ତର; ତଦନ୍ତ ଦାବି କଲେ ଗ୍ରାମବାସୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଅନେକ ସମୟରେ ଗର୍ଭବତୀ ମହିଳା ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କରୁଥିବା ବେଳେ ବର୍ତ୍ତମାନ ପୁଣି ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ବନ୍ଧପାରି ପଞ୍ଚାୟତ ବାଲିସରା ଗାଁର ଜଣେ ଗର୍ଭବତୀ ମହିଳାଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣାରେ ଡାକ୍ତରଖାନା କର୍ମଚାରୀମାନଙ୍କ ଦୋଷ ଲୁଚାଇବାକୁ ଯାଇ ରୋଗୀଙ୍କ ପ୍ରେସକ୍ରିପସନ ବଦଳାଇ ଦିଆଯାଇଛି। ଉପଯୁକ୍ତ ଚିକିତ୍ସା ନ କରି ରୋଗୀଙ୍କୁ ଘରକୁ ଫେରାଇ ଦିଆଯିବାରୁ ରୋଗୀ ପ୍ରାଣ ହରାଇଥିବାବେଳେ ପରବର୍ତ୍ତୀ ସମୟରେ ଡାକ୍ତରୀ ଟିମ୍ ତାଙ୍କ ଘରକୁ ଯାଇ ପ୍ରେସକ୍ରିପସନରେ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଲେଖିଛନ୍ତି। ଡାକ୍ତର ଏବଂ କର୍ମଚାରୀଙ୍କ ଏଭଳି ଷଡ଼ଯନ୍ତ୍ରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମୃତା ମହିଳା ଶାନ୍ତି ହରିଜନଙ୍କ ସ୍ଵାମୀ ଡମ୍ବରୁଧର ହରିଜନ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫନର୍ସ ଓ ଅନ୍ୟ କର୍ମଚାରୀମାନେ ତାଙ୍କୁ ଅଣଦେଖା କରିଥିଲେ। କର୍ମଚାରୀମାନେ ଗୋଟିଏ ସାଲାଇନ ଓ ଇଞ୍ଜେକ୍ସନ ଦେଇ ସେମାନଙ୍କୁ ଆଜି ରଥଯାତ୍ରା ଡାକ୍ତରଖାନା ଛୁଟି ଅଛି ବୋଲି ଘରକୁ ପଠାଇ ଦେଇଥିଲେ। ପରେ ଡମ୍ବରୁଧର ଶାନ୍ତିଙ୍କୁ ଘରକୁ ଆଣିଥିଲେ। ଘରେ ଯନ୍ତ୍ରଣା ଅଧିକ ହୋଇଥିଲା। ଯାହାଫଳରେ ଶାନ୍ତି ପ୍ରାଣ ହରାଇଥିଲେ। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଥିବା ବେଳେ ଗୁରୁବାର ଦିନ ଡାକ୍ତରଖାନାରୁ ଏକ ଡାକ୍ତରୀ ଟିମ ବାଲିସରା ଗାଁକୁ ଯାଇ ଡମ୍ବରୁଧରଙ୍କୁ ଡାକ୍ତରଖାନାରେ ଦିଆଯାଇଥିବା କାଗଜପତ୍ର ମାଗିଥିଲେ। କାଗଜପତ୍ର ଦେବା ପରେ ସେଥିରେ ଡାକ୍ତର ରୋଗୀଙ୍କୁ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି ବୋଲି ଲେଖିଥିଲେ । ହେଲେ ପରିବାର ଏବଂ ଗ୍ରାମବାସୀ ଏହାର ପ୍ରତିବାଦ କରିଥିଲେ। ଶାନ୍ତି ମୃତ୍ୟୁ ପରେ ଆପଣ କାହିଁକି  ଭବାନୀପାଟଣା ସ୍ଥାନାନ୍ତର କରିଥିବା ଲେଖୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ଡାକ୍ତରୀ ଟିମ କିଛି ଉତ୍ତର ନ ଦେବାରୁ ଗାଁ ଲୋକେ ସେମାନଙ୍କୁ ଅଟକ ରଖିଥିଲେ। ଖବରପାଇ ବିଶ୍ୱନାଥପୁର ଥାନା ଅଧିକାରୀ ମମତା ହେମ୍ରମ୍ ପହଞ୍ଚି ଡାକ୍ତରଙ୍କୁ  ଉଦ୍ଧାର କରିଥିଲେ। ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories