www.samajalive.in
Saturday, December 6, 2025
15.1 C
Bhubaneswar

ଜମି ବିକ୍ରି ନାଁରେ ସେନା ଅଧିକାରୀଙ୍କୁ ୫୦ ଲକ୍ଷ ଠକେଇ

ବ୍ରହ୍ମପୁର: ଜମି ବିକ୍ରି ନାଁରେ ଗୋଳବନ୍ଧ ମିଲିଟାରୀ ଷ୍ଟେସନରେ କାର୍ଯ୍ୟରତ ଜଣେ ସେନା ଅଧିକାରୀଙ୍କୁ ୫୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବାଲେଶ୍ବରର ଜଣେ ମହିଳା ଓ ତାଙ୍କ ସ୍ବାମୀ ଏହି ସେନା ଅଧିକାରୀଙ୍କୁ ଜମି ବିକ୍ରି କରିବେ ବୋଲି କହି ଟଙ୍କା ଠକି ନେଇଥିବା  ଜଣାପଡିଛି। ଏହି ଦମ୍ପତି ବିଭିନ୍ନ ଆପରାଧିକ ବ୍ୟକ୍ତିଙ୍କ ଜରିଆରେ ତାଙ୍କୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ସେନା ଅଧିକାରୀଙ୍କ ଅଭିଯୋଗ ଅନୁସାରେ ଗୋପାଳପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଏହି ସେନା ଅଧିକାରୀ ଜଣକ ୦.୦୪୭ ଡେସିମିଲର ଏକ ଜମି କିଣିବାକୁ ୨୦୨୩ ଡିସେମ୍ବର ୪ ତାରିଖରେ ବାଲେଶ୍ବର ସହଦେବଖୁଣ୍ଟାର ଏକ ଦମ୍ପତିଙ୍କ ସହ ଚୁକ୍ତି କରିଥିଲେ। ଏଥିପାଇଁ ସେନା ଅଧିକାରୀ ଜଣଙ୍କ ବିଭିନ୍ନ ବ୍ୟାଙ୍କରୁ ଋଣ କରି ୫୦ ଲକ୍ଷ ଟଙ୍କା ଯୋଗାଡ କରିବା ପରେ ଦମ୍ପତିଙ୍କୁ ଦେଇଥିଲେ। ହେଲେ ଦମ୍ପତି ଚୁକ୍ତି ଖିଲାପ କରି ତାଙ୍କୁ ଜମି ଦେଇ ନ ଥିବା ସହ ବିଭିନ୍ନ ଲୋକଙ୍କ ଦ୍ବାରା ଧମକ ଦେଉଥିବା ଅଭିଯୋଗରେ ଦର୍ଶାଯାଇଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories