www.samajalive.in
Wednesday, November 12, 2025
27.1 C
Bhubaneswar

ବଢିଲା ପୂଜା ଖେଡକରଙ୍କ ଅଡୁଆ: ବାପା ମାଆଙ୍କ ସହ ଆଉ ୫ଜଣଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ କାର୍ଯ୍ୟରତ ମହିଳା ଟ୍ରେନି ଆଇଏଏସ୍‌ ଅଧିକାରୀ ପୂଜା ଖେଡ୍‌କରଙ୍କ ଅଡୁଆ ବଢିବାରେ ଲାଗିଛି। କ୍ୟାରିୟର ଆରମ୍ଭ ନ ହେଉଣୁ ସମସ୍ତ ପଦ ମର୍ଯ୍ୟାଦା ହାତେଇବାକୁ ଚକ୍ରାନ୍ତଠାରୁ ଆରମ୍ଭ କରି ୟୁପିଏସ୍‌ସି ପରୀକ୍ଷାରେ କରିଥିବା ଏକାଧିକ ଜାଲିଆତିର ତଦନ୍ତ କରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଥିବା ଜଣାପଡିଛି। ପୂଜା ଖେଡକରଙ୍କ ବାପା, ମାଆଙ୍କ ନାଁରେ ଥାନାରେ ଏତଲା ହୋଇଛି। ପଉଡ ଥାନାରେ ପୁନେ ଗ୍ରାମାଞ୍ଚଳ ପୁଲିସ୍ ମାମଲା ରୁଜ୍ଜୁ କରିଛି। ପୂଜାଙ୍କ ମାଆ ବନ୍ଧୁକ ଦେଖାଇ ଜଣେ ଚାଷୀଙ୍କୁ ଧମକାଇଥିବା ଅଭିଯୋଗ ଆଧାରରେ ମୋଟ୍ ୫ଜଣଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି। କାର୍ମିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋଜ ଦ୍ବିବେଦୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିବାବେଳେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସେ ରିପୋର୍ଟ ଦାଖଲ କରିବେ ବୋଲି ଜଣାପଡିଛି। ଯଦି ରିପୋର୍ଟରେ ପୂଜା ଦୋଷୀସାବ୍ୟସ୍ତ ହୁଅନ୍ତି, ତେବେ ଆଇଏଏସ ଚାକିରିରୁ ବହିଷ୍କୃତ ହେବା ନିଶ୍ଚିତ ବୋଲି କୁହାଯାଇଛି। ୨୦୨୨ ବ୍ୟାଚ ଆଇଏଏସ ପୂଜାଙ୍କୁ ମହାରାଷ୍ଟ୍ରର ପୁ​‌େ​‌ଣ ସହରରେ ସହକାରୀ ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଥିଲା। ତେବେ ଦାୟିତ୍ବ ଗ୍ରହଣ କରିବା ମାତ୍ରେ ପୂଜା ନିଜର ଅଡି କାର୍‌ରେ ନାଲିବତି ଖଞ୍ଜିବା ସହ ନମ୍ବର ପ୍ଲେଟରେ ‘ମହାରାଷ୍ଟ୍ର ସରକାର’ ଲେଖିଥିଲେ। ଏଥିସହିତ ପୁଣେ ଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କୁ ପ୍ରକୋଷ୍ଠ ମିଳିବାରେ ବିଳମ୍ବ ହେବାରୁ ସେ ଅନ୍ୟ ଜଣେ ସହକାରୀ ଜିଲାପାଳଙ୍କ ପ୍ରକୋଷ୍ଠକୁ ମାଡିବସିଥିଲେ। ଫଳରେ ପୁଣେ ଜିଲାପାଳଙ୍କ ଅଭିଯୋଗକୁ ଆଧାର କରି ମୁଖ୍ୟ ଶାସନ ସଚିବ କିଛି ଦିନ ପୂର୍ବେ ପୂଜାଙ୍କୁ ପୁଣେରୁ ୱାଶିମ ଜିଲାକୁ ବଦଳି କରିଥିଲେ। ତେବେ ପୂଜାଙ୍କ କାରନାମା ଏତିକିରେ ସୀମିତ ନଥିଲା। ୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ୮୨୧ ୠାଙ୍କ ରଖିଥିବା ସତ୍ତ୍ବେ ସେ କିପରି ଆଇଏଏସ ପାଇବାକୁ ମନୋନୀତ ହେଲେ, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେବେ ଜଣେ ସୂଚନା ଅଧିକାରୀ ଏ ସମ୍ପର୍କରେ ୟୁପିଏସ୍‌ସିରୁ ତଥ୍ୟ ମଗାଇଥିଲେ। ତଦନୁଯାୟୀ ରିଆତି ଜରିଆରେ ଭଲ ୠାଙ୍କ ରଖିବାକୁ ପୂଜା ବିଭିନ୍ନ ପ୍ରକାର ଜାଲିଆତି କରିଥିବା ଜଣାପଡିଛି। ପୂଜା ଆଂଶିକ ଭାବେ ଦୃଷ୍ଟିବାଧିତ ଏବଂ ଓସିବି (ସ୍ବଚ୍ଛଳ ବର୍ଗ ନୁହେଁ) ସାର୍ଟିଫିକେଟ ମଧ୍ୟ ଦାଖଲ କରିଥିଲେ। ତେବେ ୨୨ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ବୋଲାଉଥିବା ପୂଜା କିପରି ସ୍ବଚ୍ଛଳ ବର୍ଗରେ ସାମିଲ ହୋଇନଥିଲେ, ତାହା ଚର୍ଚ୍ଚାକୁ ଆସିଛି। ଏହାବ୍ୟତୀତ ୟୁପିଏସ୍‌ସି ତରଫରୁ ତାଙ୍କୁ ଡାକ୍ତରୀ ପରୀକ୍ଷାର ସମ୍ମୁଖୀନ ହେବାକୁୁ ଛଅଥର ନିର୍ଦେଶ ଦିଆଯାଇଥିଲେ ସୁଦ୍ଧା ସେ ବିଭିନ୍ନ ଆଳ ଦେଖାଇ ଏହାକୁ ଏଡାଇ ଚାଲିଛନ୍ତି। ଶେଷରେ ଏକ ଘରୋଇ ଡାକ୍ତରଖାନାରୁ ହାସଲ କରିଥିବା ସାର୍ଟିଫିକେଟ ପୂଜା ଦାଖଲ କରିଥିଲେ ସୁଦ୍ଧା ୟୁପିଏସ୍‌ସି କର୍ତ୍ତୃପକ୍ଷ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଅପରପକ୍ଷରେ ପୂଜାଙ୍କ ମାଲିକାନାରେ ଥିବା ଅଡି କାର୍‌ ୨୧ ଥର ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ପୁଣେ ଟ୍ରାଫିକ ପୁଲିସ ପୂଜାଙ୍କ ଉପରେ ୨୭ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଥିବା ଜଣାପଡିଛି।

Hot this week

ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୨୭୩୬ କୃତକାର୍ଯ୍ୟ

ସମାଜଲାଇଭ ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର...

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

Related Articles

Popular Categories