ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ଆଜି ସ୍ବେଚ୍ଛାସେବୀ ସଂଗଠନ ସେବା ନିକେତନ ପକ୍ଷରୁ ଗୋଷ୍ଠୀ ଜଙ୍ଗଲ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ସଂପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ କମଳା ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନନୀୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବିଶ୍ବନାଥପୁର ରେଞ୍ଜର ନରୋତ୍ତମ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଅଞ୍ଜଳି ମାଝୀ, ରେଭେନ୍ୟୁ ସୁପରଭାଇଜର ଅରୁଣ ମାଝୀ, ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଫାଉଣ୍ଡେସନ ଫର୍ ଇକୋଲୋଜିକାଲ୍ ସୋସାଇଟିର ପ୍ରଦୀପ କୁମାର ମହାରଣା ଓ ସେବା ନିକେତନର ଦାଶରଥୀ ବେହେରା ପ୍ରମୁଖ ଯୋଗଦେଇ ଜଙ୍ଗଲ ଅଧିକାର ଆଇନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏଇ ଅବସରରେ ସେବା ନିକେତନର ଅଞ୍ଜଳି କୁମାର, ଦେବଗିରି ମାଝୀ ଓ ଭବାନୀ ବାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments are closed.