www.samajalive.in
Monday, December 8, 2025
14.1 C
Bhubaneswar

ଆମ ପୁଲିସ ସମିତି ଦ୍ବାରା ଉପେକ୍ଷିତ ପାଞ୍ଚଟି ପଞ୍ଚାୟତ ; ସିକେରକୁପାରେ ଥାନା ସ୍ଥାପନ ଦାବି ତେଜୁଛି

ଲାଞ୍ଜିଗଡ଼ : ଦିନକୁ ଦିନ ପରିସ୍ଥିତି ବଦଳୁଥିବାବେଳେ ଦେଶରେ ପ୍ରଚଳିତ ୧୮୬୦ ମସୀହାର ପୁଲିସ ମାନ୍ୟୁଏଲରେ ସମୟ ସମୟରେ ସଂଶୋଧନ କରାଯାଇ ତାକୁ ଯୁଗୋପଯୋଗୀ କରାଯାଉଛି  ।  ସେହିପରି ବର୍ତ୍ତମାନ ପରିସ୍ଥିତିରେ ଅପରାଧର କୌଶଳ ତଥା ଅପରାଧୀମାନଙ୍କ ଚତୁରତା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଥିବାବେଳେ ପରିସ୍ଥିତି ଅନୁରୂପ ହେବା ପାଇଁ ପୁଲିସ ସାଇବର ବ୍ୟବସ୍ଥାରେ ଉନ୍ନତି ସହିତ କମ୍ୟୁନିଟି ପୁଲିସିଂ ଉପରେ ଧ୍ୟାନ କେନ୍ଦ୍ରିତ କରିଛି  ।  କାରଣ ପୁଲିସ ପ୍ରତି ଜନସାଧାରଣଙ୍କ ନକରାତ୍ମକ ମନୋଭାବ ଓ ଭୟ ରହୁଥିବାରୁ ବିଭିନ୍ନ ସମୟରେ କୌଣସି ମହତ୍ବପୂର୍ଣ୍ଣ ସୂଚନା ସଂଗ୍ରହ, କୌଣସି ତଦନ୍ତରେ ଲୋକଙ୍କ ଅସହଯୋଗ ହେତୁ ପୁଲିସ ଆଗକୁ ବଢ଼ିପାରେ ନାହିଁ  ।  ଏହାକୁ ଦୃଷ୍ଟିରେ ରଖି ପୁଲିସର ନକରାତ୍ମକ ଛବିକୁ ସଜାଡ଼ିବା ସହିତ ପୁଲିସକୁ ଲୋକଙ୍କ ପୁଲିସରେ ପରିଣତ କରିବାକୁ ସରକାର ଓ ଗୃହ ବିଭାଗ ପକ୍ଷରୁ ଲଗାତାର ପ୍ରୟାସ ଜାରି ରହିଛି  ।
ଏଇ ପରିପ୍ରେକ୍ଷୀରେ ମାଓ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ବିଶ୍ବାସ ଜିତିବାକୁ ପୁଲିସ ଜନସଂପର୍କ ଶିବିର କରାଯାଉଥିବାବେଳେ କମ୍ୟୁନିଟି ପୁଲିସ ଅଧୀନରେ ବିଭିନ୍ନ ଥାନାଞ୍ଚଳରେ ଆମ ପୁଲିସ ସମିତି ଗଠନ କରାଯିବାର ଉପକ୍ରମ ଆରମ୍ଭ ହୋଇଥିଲା  ।  ପ୍ରଥମେ ପ୍ରଥମେ ଆନ୍ତରିକତାର ସହ ଏଇ ଦୁଇଟି କାର୍ୟ୍ୟକ୍ରମ ପରିଚାଳିତ ହେଉଥିବାବେଳେ ଏବେ ଆନ୍ତରିକତା ଅଭାବରୁ ଏଇ ଦୁଇଟି କାର୍ୟ୍ୟକ୍ରମ ବାଟବଣା ହେବାରେ ଲାଗିଛି  ।
ଏପରିକି ପୁଲିସ ବ୍ୟବସ୍ଥାରେ ଆହୁରି ସରଳୀକରଣ କରାଯିବା ସହ ମୋ ସରକାର ୫-ଟିରେ ଅନ୍ତର୍ଭୁକ୍ତ କରାଯିବା ସହ ଡାକ୍ତରଖାନା ଭଳି ସମସ୍ତ ଜନସାଧାରଣଙ୍କ ପାଇଁ ଥାନା ଦୁଆର ଖୋଲା ରଖି ଲୋକଙ୍କ ସେବା ପାଇଁ ପୁଲିସ ସର୍ବଦା ତତ୍ପର ବୋଲି ଘୋଷଣା କରାଯାଉଛି  । ଏହାସତ୍ତ୍ବେ କେତେକ ଥାନାଞ୍ଚଳରେ ଏସବୁ ସରକାରୀ ବ୍ୟବସ୍ଥାକୁ ସଂପୂର୍ଣ୍ଣ ନଜରଅନ୍ଦାଜ କରାଯାଉଥିବା ଅଭିଯୋଗ ହେଉଛି  ।  ଏଥିଯୋଗୁଁ ସଂପୃକ୍ତ ଥାନାଞ୍ଚଳରେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି  । ଏହିପରି ଭାବେ କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ଥାନା ଭାବେ ପରିଚିତ ନର୍ଲା ପୁଲିସର ଅଦୂରଦର୍ଶିତା ଯୋଗୁଁ ଥାନାଞ୍ଚଳ ଅଧୀନରେ ଥିବା ପାଞ୍ଚଟି ଗ୍ରାମପଞ୍ଚାୟତର ଲୋକେ ନିରାଶା ବ୍ୟକ୍ତ କରିଛନ୍ତି  । ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ରୋଡ଼, ଗୋବର୍ଦ୍ଧନପୁର, କମର୍ଦ୍ଧା, କଦମ୍ବଗୁଡ଼ା ଓ ଭୁର୍ଟିଗଡ଼ ଗ୍ରାମପଞ୍ଚାୟତର ଲୋକଙ୍କ ପାଇଁ ନର୍ଲା ପୁଲିସ ଓ ନର୍ଲା ଥାନା ଆଜି ବି ଅପହଞ୍ଚ ହୋଇ ରହିଥିବାବେଳେ ଏସବୁ ଗ୍ରାମପଞ୍ଚାୟତର ବିଭିନ୍ନ ସମସ୍ୟା ସଂପର୍କରେ ନର୍ଲା ପୁଲିସ ଅଣଦେଖା କରୁଥିବା ଅଭିଯୋଗ ହେଉଛି  ।
ଏପରିକି ନର୍ଲା ଥାନା ଅଧୀନରେ ସିକେରକୁପା ଫାଣ୍ଡି କାର୍ୟ୍ୟ କରୁଥିବାବେଳେ ଲୋକବଳ ଅଭାବରୁ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ଭୁର୍ଟିଗଡ଼, କମର୍ଦ୍ଧା ସମେତ ଅନ୍ୟ ଗ୍ରାମପଞ୍ଚାୟତ ଅଞ୍ଚଳରେ ଆଇନ ଶ୍ରୁଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ମୁସ୍କିଲ ହୋଇପଡ଼ୁଛି  ।  ଅପରପକ୍ଷରେ ଏସବୁ ଅଞ୍ଚଳର ଲୋକେ ସିକେରକୁପା ଫାଣ୍ଡି ଅପେକ୍ଷା ନର୍ଲା ଥାନା ଉପରେ ନିର୍ଭରଶୀଳ ଥିବାରୁ ବିଭିନ୍ନ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ଏପରିସ୍ଥଳେ ନର୍ଲା ପୁଲିସ ପକ୍ଷରୁ ଅଞ୍ଚଳବାସୀଙ୍କୁ ଅଣଦେଖା କରାଯାଉଥିବାରୁ ଲୋକେ ପୁଲିସକୁ ସହଜରେ ବିଶ୍ବାସକୁ ନେଇପାରୁନାହାନ୍ତି  । ଏପରି ଭାବେ ନର୍ଲା ଥାନା ପକ୍ଷରୁ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ପାଞ୍ଚଟି ପଞ୍ଚାୟତର ଜନପ୍ରତିନିଧିଙ୍କ ସମେତ ଅଞ୍ଚଳରେ ଥିବା ଆମ ପୁଲିସ ସମିତିର ସଦସ୍ୟମାନଙ୍କୁ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ସାମିଲ କରାଯାଇନଥିବା ଅଭିଯୋଗ ସାମ୍ନାକୁ ଆସିଛି  ।
ଏ ନେଇ ଆମ ପୁଲିସ ସମିତିର ସଦସ୍ୟ ତଥା ଲାଞ୍ଜିଗଡ଼ ବ୍ଲକ ଆତ୍ମାର ଅଧ୍ୟକ୍ଷ ବିରାଜ ପନ୍ଦର, ଲାଞ୍ଜିଗଡ଼ ବ୍ଲକ ସରପଞ୍ଚ ସଂଘର ସଭାପତି ତଥା ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ଟଙ୍କଧର ମାଝୀ, ପୂର୍ବତନ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ତଥା କମର୍ଦ୍ଧା ସମିତିସଦସ୍ୟ ଜଗଦୀଶ ବେନିଆଁ, କମର୍ଦ୍ଧା ସରପଞ୍ଚ କାନ୍ତି ପାତ୍ର, ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କ ସମେତ ଅଞ୍ଚଳର ଜନପ୍ରତିନିଧି ଓ ସଚେତନ ନାଗରିକମାନେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି  ।  ଏପରିକି ଅଞ୍ଚଳର ବିଭିନ୍ନ ଆଇନ ଶୃଙ୍ଖଳା ଜନିତ ଘଟଣାରେ ନର୍ଲା ପୁଲିସର ଉଦାସୀନତାକୁ ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି  ।  ଏସବୁ ଅଞ୍ଚଳରେ ରାତି ପେଟ୍ରୋଲିଂକୁ ପୁଲିସ ଏକପ୍ରକାର ଭୁଲି ଯାଇଥିବାବେଳେ ବିଭିନ୍ନ ମାମଲାର ତଦନ୍ତ ମଧ୍ୟ ମାସମାସ ଗଡ଼ିବାରେ ଲାଗିଛି  । ଏଣୁ ଏସବୁର ବିକଳ୍ପ ଚିନ୍ତା କରିବା ସହିତ ସିକେରକୁପା ଫାଣ୍ଡିକୁ ପୂର୍ଣ୍ଣାଙ୍ଗ ଥାନା ଭାବେ ପରିଣତ କରିବାକୁ ଅଞ୍ଚଳବାସୀ ଦାବି କରିବା ସହ ଖୁବ୍ ଶୀଘ୍ର ଏନେଇ ଏକ ପ୍ରତିନିଧି ଦଳ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ସାକ୍ଷାତ କରି ଦାବି ଜଣାଇବେ ବୋଲି ଜଣାପଡ଼ିଛି  ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories