ସରକାରଙ୍କ ଧାନ କିଣାକୁ ନେଇ ଚାଷୀ ଅସନ୍ତୋଷ

ପାଟଣା : ପାଟଣା ବ୍ଲକ ଚେମଣା ଲ୍ୟାମ୍ପସରେ ଧାନ କିଣାରେ ଅନିୟମିତତା ନେଇ ଏବେ ଅନେକ ଚାଷୀ ଆଶଙ୍କାରେ ଦିନ କାଟୁଛନ୍ତି । ମଣ୍ଡିରେ ଗତ କିଛିଦିନ ଧରି ଧାନ କିଣା ବନ୍ଦ ରହିଛି। ଜାନୁୟାରୀ ୧୭ ତାରିଖରୁ ଫେବୃୟାରୀ ୧୫ ତାରିଖ ମଧ୍ୟରେ ଯେଉଁ ଚାଷୀମାନେ ଧାନ ବିକ୍ରି କରିବା କଥା ସେମାନଙ୍କ ଧାନ ଏ ପର୍ଯ୍ୟନ୍ତ କିଣା ଯାଇ ନାହିଁ । ଟୋକାନର ଅବଧି ସରିବା ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଏ ସଂପର୍କରେ ଜଣେ ଲ୍ୟାମ୍ପସ କର୍ମଚାରୀଙ୍କୁ ଫୋନରେ ଯୋଗାଯୋଗ କରିବାରୁ ସେ କହିଲେ ଫେବୃୟାରୀ ୧୫ ତାରିଖ ଦିନ କିଣା ଯିବ । ଚାଷୀ ମାନେ ନିଜ ଟୋକାନ ଲାପସ ହୋଇଯିବା ଭୟରେ କିପରି ତାଙ୍କର ଧାର୍ଯ୍ୟ କୁଇଣ୍ଟାଲର ଅଧା ଧାନ ବିକ୍ରି କରିବେ ତା’ର ଷଡଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ ହୋଇଛି । ପ୍ରଥମରୁ ହିଁ ଅନେକ କାଟ ଛାଟ କରି ଚାଷୀଙ୍କୁ ଧାର୍ଯ୍ୟ କୁଇଣ୍ଟାଲ ପ୍ରଦାନ କରାଯାଇଛି। ଏବେ ପୁଣି ସେଥିରୁ ଅଧା କାଟିଲେ ଏହାର ଦୃଢ଼ ବିରୋଧ କରାଯିବ ବୋଲି ଚାଷୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

Comments are closed.