www.samajalive.in
Monday, December 15, 2025
24.1 C
Bhubaneswar

ପୁଣି ମାତିଛନ୍ତି ଡକାୟତ, ବନ୍ଧୁକ ମୁନରେ ସୁନା ଗହଣା ଲୁଟ୍

ଲଡୁଗାଁ : କୋକସରା ବ୍ଲକ ଓଲମା ଗାଁରେ ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ଜଣାପଡିଛି। ରବିବାର ବିଳମ୍ବିତ ରାତିରେ ଓଲମା ଗାଁର ଚାଷୀ ଧନଞ୍ଜୟ ସାହୁଙ୍କ ଘରେ ଡକାୟତି ହୋଇଥିବା ସୂଚନା ମିଳିଛି। ତେବେ ୧୨ ରୁ ୧୫ ଜଣ ଡକାୟତ ବନ୍ଧୁକ ମୁନରେ ପ୍ରାୟ ୨୫ ଭରି ସୁନା ଗହଣା ଲୁଟ କରିଥିବା ଅଭିଯୋଗ ହୋଇଛି । ଏହାସହ ଘରର ସମସ୍ତ ଦାମୀ ଆସବାବପତ୍ର କମ୍ପ୍ୟୁଟର ହାର୍ଡ ଡିସ୍କ, କବାଟ ଆଦି ଭଙ୍ଗାରୁଜା କରିବା ସହ ଡକାୟତ ଦଳ ଘରେ ପଶି ସମସ୍ତ ସଦସ୍ୟଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରି ଡକାୟତି କରିଥିବା କୁହାଯାଉଛି।
ଡକାୟତି କରି ଫେରାର ସମୟରେ ବାଡ଼ ଡେଇଁ ଯାଉଥିବା ବେଳେ ଗୋଡ଼ ଭାଙ୍ଗି ଯିବାରୁ ଜଣେ ଡକାୟତକୁ ଧରି ଗ୍ରାମବାସୀ ପୁଲିସ ଜିମା ଦେଇଛନ୍ତି ।ସମ୍ପୃକ୍ତ ଡକାୟତ ଜଣକ ବ୍ଲକର ଗମ୍ଭାରୀଗୁଡ଼ା ଗାଁର ବୋଲି ଜଣାପଡିଛି। ତେବେ ସମ୍ପୃକ୍ତ ଯୁବକ କୋକସରା ବ୍ଲକର ବିଭିନ୍ନ ଗାଁରେ ନିର୍ଦ୍ଦିଷ୍ଟ ଏକ ସଂଗଠନ ସହିତ ମିଶି ଗୁଣ୍ଡାଗିରି କରୁଥିବା ଓ ଲୋକଙ୍କୁ ଡରାଉଥିବା ମଧ୍ୟ ଗାଁ ଗାଁ ରେ ଚର୍ଚ୍ଚା ହେଉଛି। ଘଟଣା ସ୍ଥଳରେ ଧର୍ମଗଡ଼ ଏସଡିପିଓ ଧୀରଜ କୁମାର ଚୋପଦାର ଓ କୋକସରା ପୁଲିସ ଟିମ୍ ଉପସ୍ଥିତ ରହି ଛାନଭିନ ଜାରି ରଖିଛନ୍ତି ।  ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ଡକାୟତି ଗ୍ୟାଙ୍ଗ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ପୁଣିଥରେ ମାତି ଉଠିଛନ୍ତି। ଏହି ଡକାୟତି ଗ୍ୟାଙ୍ଗ ସମସ୍ତ ସଦସ୍ୟକୁ ଏବେ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories