www.samajalive.in
Wednesday, December 10, 2025
23.1 C
Bhubaneswar

ଆସୁଛି ‘ଲାଡ୍ଡୋ’

ଭୁବନେଶ୍ୱର :ଓଡ଼ିଆ ସିନେମା ଲାଡ୍ଡୋର ମ୍ୟୁଜିକ ଓ ଟିଜର୍ ରିଲିଜ ହୋଇଯାଇଛି ।ଖୁବଶୀଘ୍ର ପ୍ରେକ୍ଷାଳୟକୁ ଆସୁଛି ଏହି ଓଡ଼ିଆ ସିନେମା ।ଫିଲ୍ମର କ୍ୟାଚ ଲାଇନ ରହିଛି ମାଟିର ମଣିଷ ।

ସମୟ ବଦଳୁଛି ।ମଣିଷ ଆଧୁନିକରୁ ଅତ୍ୟାଧୁନିକ ହଉଛି ।ରାସ୍ତା ଉନ୍ନତି କରଣ ଓ ପ୍ରଶସ୍ତିକରଣ ନାଁ ରେ ପ୍ରତିଦିନ ବଳି ପଡୁଛନ୍ତି ହଜାର ହଜାର ଗଛ ।ବିକାଶ ନାଁ ରେ ଚାଲିଛି ବିନାଶ ।ଦ୍ରୁତ ଜଙ୍ଗଲ କ୍ଷୟ କାରଣରୁ ପ୍ରକୃତି , ପରିବେଶ ଆଉ ମାଟି ହେଉଛି ପ୍ରଦୂଷିତ – ଏ କଥା କିନ୍ତୁ ବୁଝିପାରୁ ନାହାନ୍ତି ତଥା କଥିତ ସଭ୍ୟ ମଣିଷ ।ଅତଚ ଏ କଥାକୁ ହୁର୍ଦ୍ୱୟଙ୍ଗମ କରିଛି ସହର ସଭ୍ୟତାରୁ ଦୂରରେ ଥିବା ଜଣେ ଜଙ୍ଗଲୀ ମଣିଷ ।ପରିବେଶ ର ସୁରକ୍ଷା କରାଯାଇପାରିଲେ ଆମେ ସୁରକ୍ଷିତ ରହି ପରିବା । ଭବିଷ୍ୟତ ପିଢ଼ି ପାଇଁ ଏହା ହିଁ ଆମର ଉତ୍ତର ଦାୟିତ୍ୱ।ଏହା ହିଁ ମୁଖ୍ୟ କଥାବସ୍ତୁ ।ସତ୍ୟଭାମା ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏ ସିନେମା ନାୟକ ଓ ନାୟିକା ଭାବେ ନଜର ଆସିବେ ଶୁଭମ ଓ ଅଙ୍କିତା ।ନିର୍ଦ୍ଦେଶକ ଅଛନ୍ତି ସନ୍ତୋଷ ବିଶ୍ୱାଳ । ରିଲିଜ ହୋଇଛି ଅଡ଼ିଓ ,ସରିଛି ଟିଜର୍ ଲଞ୍ଚ ।ରିଲିଜ କୁ ଅପେକ୍ଷା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories