www.samajalive.in
Friday, December 5, 2025
23.1 C
Bhubaneswar

ଖଣି ଗିଳିଦେବ ୧୪୫ ଗାଁ !

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲାର ହେମଗିରି ବ୍ଲକ ଆଉ କିଛିଦିନ ପରେ କୋଇଲା ଖଣିରେ ନିଶ୍ଚିହ୍ନ ହୋଇଯିବା ଏହି ବ୍ଲକର ୧୪୫ ଗାଁର ୮୦ ହଜାରରୁ ଅଧିକ ଲୋକ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେବେ। ୭ଟି ପୁରୁଣା ଖଣିରେ ଏହି କ୍ଲବର ଅନେକ ଗାଁ ନିଶ୍ଚିହ୍ନ ହୋଇସାରିଛି। ଅାଉ ୯ଟି ଖଣି ଆସୁଛି। ଯେଉଁ କିଛି ଗାଁ ରହିଯାଇଛି ସେଗୁଡ଼ିକ ମଧ୍ୟ ଏହି ୯ ଖଣିରେ ନିଶ୍ଚିହ୍ନ ହେବାକୁ ଯାଉଛି। ଏହି ୯ ଖଣି ଖୋଳା ଆରମ୍ଭ ହେଲେ ହେମଗିର ବ୍ଲକ ବୋଲି ଆଉ କୌଣସି ଅଞ୍ଚଳ ବଞ୍ଚିନଥିବ। ଭୂଗୋଳରୁ ନିଶ୍ଚିହ୍ନ ହୋଇଯିବ ହେମଗିର ବ୍ଲକ।

ଏବେ ବସୁନ୍ଧରା, କୁଲଡ଼ା, ଶିଆରମାଲ ଓ ଗର୍ଜନବାହାଲରେ ଏମସିଏଲର ୪ଟି କୋଇଲା ଖଣି କାର୍ଯ୍ୟକ୍ଷମ ଅଛି। ​‌େସହିପରି ଡୁଲିଙ୍ଗା​ରେ ଏନଟିପିସି ଓ ମନୋହରପୁରରେ ଓସିପିଏଲ କୋଇଲା ଓ ଜାମକାନୀରେ ଅନ୍ୟ ଏକ କମ୍ପାନୀର ଖଣି କାର୍ଯ୍ୟକ୍ଷମ ଅଛି। ଏହି ୭ଟି କୋଇଲା ଖଣି ଯୋଗୁଁ ୬ ହଜାରରୁ ଅଧିକ ପରିବାରର ୨୦ ହଜାରରୁ ଅଧିକ ଲୋକ କ୍ଷତିପୂରଣ ନେଇ ଭିଟାମାଟି ଛାଡ଼ିଛନ୍ତି। ଏମସିଏଲର ବସୁନ୍ଧରା କୋଇଲା ଖଣି ଯୋଗୁ ଗୋପାଳପୁର, ଟିକିଲିପଡ଼ା, ସରଡେଗା ରାଜସ୍ବ ଗାଁର ଜମି ଅଧିଗ୍ରହଣ ହୋଇଛି। କୁଲଡ଼ା ଖଣି ପାଇଁ ବାଙ୍କିବାହାଲ, ବଲିଙ୍ଗା, କୁଲଡ଼ା ଓ ତୁମୁଲିଆ ରାଜସ୍ବ ଗ୍ରାମର ଜମି ଅଧିଗ୍ରହଣ ହୋଇଛି।

- Advertisement -

ସିଆରମାଲ ଖଣି ପାଇଁ ଗୋପାଳପୁର, ସିଆରମାଲ, ତୁମୁଲିଆ, ରତନସରା ଓ ଝୁପୁରୁଙ୍ଗା, ଏମସିଏଲର ଗର୍ଜନବାହାଲ କୋଇଲା ଖଣି ପାଇଁ ଗର୍ଜନବାହାଲ, କରଲିକଚ୍ଛାର ଓ ବାଙ୍ଗୁରକେଲା ଗାଁ ଆଂଶିକ ବିସ୍ଥାପିତ ହୋଇ ସେଠାରେ ଖଣି ଖନନ ଚାଲିଛି। ଏନଟିପିସିର ଡୁଲିଙ୍ଗା କୋଇଲା ଖଣି ପାଇଁ ବିସ୍ଥାପିତ ହୋଇଛନ୍ତି ଡୁଲିଙ୍ଗା, ମଝାପଡ଼ା, ଖୁଣ୍ଟିଝରିଆ, ଖପରିକଚ୍ଛାର, ବେଲଡିହି, କାଠଫାଲି ଓ କଳାମେଘା ରାଜସ୍ବ ଗାଁର ପ୍ରଜା। ଏଥିରୁ କେବଳ କଳାମେଘା ଗାଁକୁ ଛାଡ଼ି ଅନ୍ୟ ସବୁ ଗାଁକୁ ଖଣି ଗିଳି ସାରିଲାଣି। ଓସିପିଏଲ ମନୋହରପୁର ଖଣି ଯୋଗୁଁ ମନୋହରପୁର, ସାନଘୁମୁଡ଼ା ଓ ସରବାହାଲ ନିଶ୍ଚିହ୍ନ ହୋଇଯାଇଛି। ଏହି ବିସ୍ତିର୍ଣ୍ଣ ଅଞ୍ଚଳ ଏବେ ଶୂନଶାନ, ଜନଶୂନ୍ୟ। ଦେଖିଲେ ବିଶ୍ବାସ କରିହୁଏନି ଯେ ଏହି ଅଞ୍ଚଳ ଏକଦା ଥିଲା ଗହଳଚହଳ ଓ କୋଳାହଳମୟ।

ଆଗକୁ ଏହି ବ୍ଲକକୁ ଆସୁଛି ଆହୁରି ୪ଟି ବଡ଼ କୋଇଲା ଖଣି। ଏହି ବ୍ଲକରେ ଗୁଜୁରାଟର ମିନେରାଲ ଡେଭଲପମେଣ୍ଟ କର୍ପୋରେସନର ବୁଡ଼ା ପାହାଡ଼ କୋଇଲା ଖଣି, ଆଦାନୀ ଗ୍ରୁପର ମହାନଦୀ ମାଇନ୍ସ, ମିନେରାଲ୍ସ ପ୍ରାଇଭେଟ ଲିମିଟେଡର ବିଜାହାନ ଖଣି ଓ ​ଘୋଘରପାଲି କୋଇଲା ଖଣି ଖନନ ହେବାକୁ ଯାଉଛି। ଏହି ୪ ଖଣିରେ ଆଉ ୧୪ଟି ରାଜସ୍ବ ଗାଁ ନିଶ୍ଚିହ୍ନ ହେବାକୁ ଯାଉଛି। କଥା ଏତିକିରେ ସରିଯାଉନାହିଁ। ତୃତୀୟ ପର୍ଯ୍ୟାୟରେ ଆଉ ୫ଟି ବଡ଼ ବଡ଼ କୋଇଲା ଖଣି ଏଠାରେ ଖୋଳାଯିବା ତାହା ହେଲା ବାଦିବାହାଲ-କେନ୍ଦୁଡିହି, ଛତାବର, ଟାଙ୍ଗରଡିହି ପୂର୍ବ, ଟାଙ୍ଗରଡିହି ପଶ୍ଚିମ ଓ ଉସ୍ତାଲି କୋଇଲା ଖଣି। କୋଇଲା ମନ୍ତ୍ରଣାଳୟଏଥିପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପାଞ୍ଚଟି ଖଣି ଖୋଳା ଆରମ୍ଭ ହେଲେ ହେମଗିର ବ୍ଲକ ସୀମାନ୍ତ ଟପରିଆରୁ ଡୁଲିଙ୍ଗା ପର୍ଯ୍ୟନ୍ତ ଆଉ କୌଣସି ଗାଁ ରହିବ ନାହିଁ। ହେମଗିର ବ୍ଲକର ୧୯ ପଞ୍ଚାୟତ ମଧ୍ୟରୁ ୧୮ ପଞ୍ଚାୟତର ପାଖାପାଖି ୧୪୫ ଟି ରାଜସ୍ବ ଗାଁ ନିଶ୍ଚିହ୍ନ ହୋଇଯିବ।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories