www.samajalive.in
Sunday, December 7, 2025
23.1 C
Bhubaneswar

ମହାନଦୀ ସେତୁ ଛାତରୁ ଖସି ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଖରଶଙ୍କୁଲେଇଠାରେ ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଛାତରୁ ଗୁରୁବାର ରାତିରେ ଜଣେ ଶ୍ରମିକ ୪୦ଫୁଟ ତଳକୁ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ସମୀର ଘୋଷ(୨୦) ବୋଲି ସୂଚନା ମିଳିଛି।

ଘଟଣାରୁ ଜଣାଯାଏ ଯେ, ବ୍ଲକର ଖରଶଙ୍କୁଲେଇଠାରେ ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ କାର୍ଯ୍ୟରେ ସମୀର ଘୋଷ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ରାତିରେ କାର୍ଯ୍ୟ ସାରି ସେତୁ ଉପରୁ ତଳକୁ ଓହ୍ଲାଉଥିବାବେଳେ ଅସାବଧାନତା ବଶତଃ ବ୍ରିଜ ଛାତରୁ ୪୦ଫୁଟ ତଳକୁ ଖସିପଡିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସେଠାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଧଳପୁର ଏବଂ ପରେ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ନିଆଯିବା ସମୟରେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। କାର୍ଯ୍ୟ ସମୟରେ ଶ୍ରମିକ ଜଣକ ମୁଣ୍ଡରେ ହେଲମେଟ କିମ୍ବା ବେଲ୍ଟ ଭଳି ସୁରକ୍ଷା ଉପକରଣ ପିନ୍ଧି ନ ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

- Advertisement -

ଠିକାସଂସ୍ଥା ସେତୁ କାର୍ଯ୍ୟ ସମୟରେ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ନେଟ ମଧ୍ୟ ଲଗାଇ ନଥିବା ଜଣାପଡିଛି। ଫଳରେ ଗତ ଜାନୁୟାରୀ ୧୬ତାରିଖରେ ବ୍ରିଜ ଉପରୁ ଖସିପଡି ମନୁ ଗୁଞ୍ଜୁ(୩୦) ନାମକ ଜଣେ ସେଟ୍ରିଂ ମିସ୍ତ୍ରୀଙ୍କ ଜୀବନ ଯାଇଥିବା ବେଳେ ଏହାର ୨୧ଦିନ ପରେ ପୁଣି ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣା ଠିକାସଂସ୍ଥାର ବେପାରୁଆ ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଏଭଳି କାର୍ଯ୍ୟ ବାରମ୍ବାର ଘଟୁଥିଲେ ମଧ୍ୟ ଜିଲ୍ଲା ଶ୍ରମବିଭାଗ ଶ୍ରମିକ ସୁରକ୍ଷା ଉପରେ ଦୃଷ୍ଟି ଦେଉ ନ ଥିବାରୁ ଗୋଟିଏ ପରେ ଗୋଟିଏ ଶ୍ରମିକଙ୍କ ଅକାରଣେ ଜୀବନ ଚାଲିଯାଉଥିବା ଅଭିଯୋଗ ହେଉଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଠିକାସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହେଉଛି। କେଉଁ କାରଣରୁ ଏଭଳି ଅଘଟଣ ଘଟିଲା ତାକୁ ନେଇ ହରଭଙ୍ଗା ପୁଲିସ ଘଟଣାର ତଦନ୍ତ ଚଳାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories