www.samajalive.in
Sunday, December 7, 2025
23.1 C
Bhubaneswar

୧୦ରୁ କୁମାରସ୍ୱାମୀ ମହୋତ୍ସବ : “ଫୁଲମେ ମାଝୀ”ଙ୍କୁ ଦେବଗିରି ସମାଜସେବା ସମ୍ମାନ

କଳାହାଣ୍ଡି : ଚଳିତ ବର୍ଷର ମର୍ୟ୍ୟାଦାଜନକ ଦେବଗିରି ସମାଜସେବା ସମ୍ମାନ ପାଇବେ ଯୁବ ସମାଜସେବୀ ସୁଶ୍ରୀ ଫୁଲମେ ମାଝୀ । କଳାହାଣ୍ଡି ଜିଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ୧୦ରୁ ୧୩ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ ।
ଦୁର୍ଗମ ଲାଞ୍ଜିଗଡ଼ ବ୍ଲକରେ ଦୀର୍ଘ ବର୍ଷ ଧରି ମହିଳାମାନଙ୍କ ଅଧିକାର ପାଇଁ ସଂଘର୍ଷରତ ମହିଳା ହେଉଛନ୍ତି ଫୁଲମେ ମାଝୀ । ୩ ମାର୍ଚ୍ଚ ୧୯୮୨ରେ ବନ୍ଧପାରୀ ପଞ୍ଚାୟତର ରାଜେନ୍ଦ୍ରପୁର ଗ୍ରାମରେ ଜନ୍ମିତ ଫୁଲମେ ମହିଳାମାନଙ୍କୁ ସଂଗଠିତ କରି ଲାଞ୍ଜିଗଡ଼ ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ସାମାଜିକ ସତେଚନତା, ମଦ ବିରୋଧୀ ଆନ୍ଦୋଳନ ସହ ମହିଳା ସଶକ୍ତିକରଣ ଦିଗରେ କାର୍ୟ୍ୟ କରି ସମଗ୍ର ମହିଳା ସମାଜ ପାଇଁ ଆଦର୍ଶ ସାଜିଛନ୍ତି । ଘନ ବନାନୀ ମଧ୍ୟରେ ଥିବା ସେଇ ଅଞ୍ଚଳରେ ଯେଉଁ ସମୟରେ ଲୋକେ ନାରୀ ଶିକ୍ଷାକୁ ନାକ ଟେକୁଥିଲେ, ସେଭଳି ସମୟରେ ନିଜସ୍ୱ ଉଦ୍ୟମରେ ପାଠ ପଢ଼ି ସମାଜସେବାକୁ ବ୍ରତ କରିନେଇଥିଲେ ଫୁଲମେ । ବିଭିନ୍ନ ସାମାଜିକ ଆନ୍ଦୋଳନରେ ସାମିଲ ହେବା ସହ ସ୍ୱେଚ୍ଛାସେବୀ ସଂସ୍ଥାରେ କାମ କରି ସେ ଅଞ୍ଚଳର ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ । ତାହାକୁ ଆଧାର କରି ସେ ବନ୍ଧପାରୀ ଗ୍ରାମ ପଞ୍ଚାୟତରେ ଦୁଇଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ଦୀର୍ଘକାଳ ସମାଜସେବା ପରେ ସେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ‘ପରିବର୍ତ୍ତନ’ ଗଠନ କରି ସମଗ୍ର କଳାହାଣ୍ଡି ଜିଲାର ପଞ୍ଚାୟତ ସ୍ତରୀୟ ପ୍ରତିନିଧିମାନଙ୍କୁ ନିଜ ଅଧିକାର ଓ କର୍ତ୍ତବ୍ୟ ସଂପର୍କରେ ତାଲିମ ଦେଇଆସୁଛନ୍ତି ।

ନିଜର ଉଲ୍ଲେଖନୀୟ ସମାଜସେବା ପାଇଁ ସେ ଜଣେ ମାଷ୍ଟର୍ ଟ୍ରେନର୍ ଭାବେ ସାରା ଦେଶ ବୁଲିବା ସହ ପରିବେଶ ଆନ୍ଦୋଳନରେ ଯୋଗଦାନ ପାଇଁ ଲଣ୍ଡନ ଯାତ୍ରାର ସୁଯୋଗ ପାଇଛନ୍ତି । ଅନେକ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଥିବାବେଳେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ପୁରସ୍କାର ପାଇଛନ୍ତି । ସେ ସମାଜର ନିମ୍ନବର୍ଗର ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ସଦା ପ୍ରୟାସରତ ଥିବାବେଳେ ନିଜ ପଂଚାୟତରେ ନାରୀଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରାପତ୍ତା, ଖାଦ୍ୟ ସୁରକ୍ଷା, ଜନସଚେତନତା, ଶିଶୁ ଶିକ୍ଷାରେ ଉନ୍ନତି ଦିଗରେ ଅନେକ ସଫଳତା ହାସଲ କରିଛନ୍ତି । ସରଳ ଓ ନିରାଡ଼ମ୍ବର ଜୀବନ ଯାପନ କରୁଥିବା ଫୁଲ୍ମେ ଜନସେବାରେ ବ୍ରତୀ ହୋଇ ନିଜେ ବିବାହ କରିନାହାନ୍ତି । ସମଗ୍ର ଆଦିବାସୀ ଓ ଦଳିତ ଲୋକ ହିଁ ମୋର ପରିବାର, ତେଣୁ ସଂସାର ଗଢ଼ିବାର ଅବକାଶ ନାହିଁ ବୋଲି ସେ ମତ ଦିଅନ୍ତି ।

- Advertisement -

ମହୋତ୍ସବ ଅବସରରେ ଚାରିଦିନ ବ୍ୟାପି କୁମାର କାର୍ତ୍ତିକେୟଙ୍କ ପୂଜାର୍ଚ୍ଚନା ସହ ବିଭିନ୍ନ ଲୋକକଳା ପ୍ରଦର୍ଶନ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜିତ ହେବ । ସମାଜସେବା ସମେତ ସାହିତ୍ୟ, ସାମ୍ବାଦିକତା, ନାଟ୍ୟ, କଳା, କୃଷି, ଶିଳ୍ପୀ, ଦେଶସେବା ଆଦି କ୍ଷେତ୍ରରେ ଦେବଗିରି ସମ୍ମାନ ପ୍ରଦାନ କରାଯିବ । ଖୁବଶୀଘ୍ର ଅନ୍ୟାନ୍ୟ ସମ୍ମାନ ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ରମେଶ ଚନ୍ଦ୍ର ସା, ପ୍ରତ୍ୟୁଷ ଧଙ୍ଗଡ଼ାମାଝୀ, ମହେନ୍ଦ୍ର ବେହେରା, ଓମ୍ ପ୍ରକାଶ ମାଝୀ ଏବଂ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଦୀପକ ଠାକୁର, ନିରଞ୍ଜନ ଗୌଡ଼, ଲିଙ୍ଗରାଜ ମିଶ୍ର, ମନୋଜ ଷଡ଼ଙ୍ଗୀ, ଅଭିରାମ ନନ୍ଦ, ରାଜକୁମାର ସିଂଦେଓ, ଦୀପକ ମହାନ୍ତି, ଅନୀଲ ଅଗ୍ରୱାଲ, ପ୍ରେମଲାଲ ପଣ୍ଡା, ଭିକାରୀ ଗଉଡ଼, ଅଜୟ ସେନାପତି, ପ୍ରଦୀପ ଗଉଡ଼, ନିକୁଞ୍ଜ ଦତ୍ତା, ସୁମିତ ଶର୍ମା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯିବ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories