ମେଣ୍ଟ ସରକାର ଚଳାଇବା ବଡ ଆହ୍ୱାନ: କୁମାରସ୍ୱାମୀ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଏଚ ଡି କୁମାରସ୍ୱାମୀ କହିଛନ୍ତି ଯେ ମେଣ୍ଟ ସରକାର ଚଳାଇବା ତାଙ୍କ ପାଇଁ ବଡ ଆହ୍ୱାନ। କୁମାରସ୍ୱାମୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ‘ମୁଖ୍ୟମନ୍ତ୍ରୀ ଭାବେ ସମସ୍ତ ଦାୟିତ୍ୱ ତୁଲାଇବା ମୋ ପକ୍ଷେ ସହଜ ହେବ ବୋଲି ମୁଁ ଭାବି ପାରୁ ନାହିଁ।’ ଆଗାମୀ ୫ବର୍ଷ ପାଇଁ ଏହା ଏକ ବଡ ଆହ୍ୱାନ। ତେବେ ଭଗବାନଙ୍କ ଆଶୀର୍ବାଦରୁ ଏହି ଆହ୍ୱାନକୁ ସେ ସୁରୁଖୁରୁରେ ତୁଲାଇପାରିବେ। ଶପଥ ଗ୍ରହଣ ପୂର୍ବରୁ କୁମାରସ୍ୱାମୀ ଶ୍ରୀଙ୍ଗେରି ଯାଇ ଆଦି ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି।

Leave A Reply