ଇସିଙ୍କ ସହାୟତା ଲୋଡ଼ିଲେ କୁମାରସ୍ବାମୀ

0

ବେଙ୍ଗାଲୁରୁ : ଜେଡିଏସ୍ ସହିତ ସମ୍ପୃକ୍ତ ବ୍ୟବସାୟୀ ଓ ଠିକାଦାରଙ୍କ ଘରେ ଆୟକର ଚଢଉକୁ ବନ୍ଦ କରିବା ଲାଗି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ନିର୍ବାଚନ ଆୟୋଗ (ଇସି)ଙ୍କ ସହାୟତା ଲୋଡିଛନ୍ତି। କୁମାରସ୍ବାମୀ ଏ ନେଇ କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପତ୍ରରେ ସେ ଆୟକର ଚଢଉ ବନ୍ଦ କରିବାକୁ ଆବଶ୍ୟକ ନିର୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଗୁରୁବାର ଆୟକର ବିଭାଗ ଜେଡିଏସ୍‌ର ମାଣ୍ଡ୍ୟା ଜିଲା ସଭାପତି ସିଏସ୍ ପୁଟ୍ଟାରାଜୁଙ୍କୁ ଘର ଓ ପିଡବ୍ଲ୍ୟୁଡି ମନ୍ତ୍ରୀ ଏଚଡି ରାବଣାଙ୍କ ଘନିଷ୍ଠ କେତେକ ସରକାରୀ ଅଧିକାରୀଙ୍କ ଘରେ ଏହି ଚଢଉ କରିଥିଲା। ଏହି ଆୟକର ଚଢଉକୁ ନେଇ ଜେଡିଏସ୍ ଓ କଂଗ୍ରେସ କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୁମାରସ୍ବାମୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ମଧ୍ୟ ଆୟକର କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। କୁମାରସ୍ବାମୀଙ୍କ ସହିତ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ବର, ସିଦ୍ଧରମୈୟା ଓ ଡିକେ ଶିବକୁମାର ପ୍ରମୁଖ ଧାରଣାରେ ବସିଥିଲେ।

Leave A Reply