www.samajalive.in
Monday, December 15, 2025
27.1 C
Bhubaneswar

ତେଜୁଛି କୋଶଳ ଆନ୍ଦୋଳନ : ସମ୍ବଲପୁରରେ କୋଶଳ ସେନାର ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର, – ପଶ୍ଚିମ ଓଡିଶାରେ କୋଶଳ ରାଜ୍ୟ ଦାବି ଆନ୍ଦୋଳନ ପୁର୍ନବାର ତେଜୁଛି । ଶୁକ୍ରବାର ପଶ୍ଚିମ ଓଡିଶାର ୪ଟି ସ୍ଥାନରେ ପୂର୍ବ ଓଡିଶାକୁ ସଂଯୋଗ କରୁଥିବା ରାଜରାସ୍ତାକୁ କୋଶଳ ସଙ୍ଗଠନ ଗୁଡିକ ପକ୍ଷରୁ ଅର୍ଥନୈତିକ ଅବରୋଧ କରିବା ସହିତ ସମ୍ବଲପୁର ଠାରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଥିଲା । ଗତ ୫ ତାରିଖରେ ରାଜଧାନୀ ଭୁବନେଶ୍ୱର ଠାରେ ବିଧାନସଭା ଘେରାଉ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବିଧାନ ଭିତ୍ତିରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ବିଧାନସଭାରେ ପ୍ରସ୍ତାବ ଆଣିବା ପାଇଁ ଦାବି କରାଯାଇଥିଲା ।

 

- Advertisement -

କିନ୍ତୁ ଆଜି ପର୍ଯ୍ୟନ୍ତ ଏ ବାବଦରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି କୋଶଲ ସେନା ପକ୍ଷରୁ ସମ୍ବଲପୁର ଠାରେ ଏକ ରାଲି ଆୟୋଜିତ କରାଯାଇ ରାଜସ୍ୱ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଧନୁପାଲି ରୁ ଗୋବିନ୍ଦତୋଲା, ଜେଲ ଛକ, ମ୍ୟୁନିସିପାଲିଟି ଛକ ଦେଇ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲି ଆସିଥିଲା । ଏ ପର୍ଯ୍ୟନ୍ତ କୋଶଲର ୨ କୋଟି ଜନତା ମରି ନାହାନ୍ତି, ଜୀବିତ ଅଛନ୍ତି ବୋଲି ଜଣାଇବାକୁ ନିଆରା ଢ଼ଙ୍ଗରେ ଶୋଭାଯାତ୍ରାରେ ଏକ କୋକେଇରେ ଆସି କୋଶଲ ସେନାର ଅର୍ପଣ ଦାସ ଉଠି ବସି ଦାବିପତ୍ର ପ୍ରଦାନ କରିଥିଲେ । ଏଥି ସହ କୋଶଲ ମୁକ୍ତି ମୋର୍ଚ୍ଚା, କୋଶଲ ସେନା ଆଦି ସଙ୍ଗଠନର କର୍ମୀ ମାନେ ସମ୍ବଲପୁର ସ୍ଥିତ ମୋଚିବାହାଲ, ରାଉରକେଲା, ବୌଦ୍ଧ ଓ ଭବାନୀପାଟଣା ଠାରେ ରାଜପଥ ଅବରୋଧ କରିଥିଲେ ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories