www.samajalive.in
Monday, December 15, 2025
26.1 C
Bhubaneswar

ମା’ର ହତ୍ୟା ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ

ସମ୍ବଲପୁର : ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ନାବାଳିକାର ମୃତଦେହ ମିଳିବାକୁ ନେଇ ସସ୍‌ପେନ୍ସ ଦେଖାଦେଇଛି। ନାବାଳିକା ଜଣକ ଶାନ୍ତିନଗର ଅଞ୍ଚଳର ଅଶୋକ କୁମାର ମିଶ୍ର ଓ ସୁରେଖା ମିଶ୍ରଙ୍କ ନାତୁଣୀ ତଥା ମା-ବାପା ଛେଉଣ୍ଡ ସାଇଶ୍ରଦ୍ଧା ମିଶ୍ର (୧୫)। ସେ ତାଙ୍କ ଜେଜେମା-ଜେଜେଙ୍କ ନିକଟରେ ରହି ୧୦ମ ଶ୍ରେଣୀରେ ପାଠ ପଢ଼ୁଥିଲେ । ତେବେ ସାଇଶ୍ରଦ୍ଧାଙ୍କର ଆକସ୍ମିକ ମୃତ୍ୟୁକୁ ନେଇ ଅନୁଗୁଳରେ ଥିବା ତାଙ୍କ ମାମୁଁ , ମାଇଁ ହତ୍ୟା ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, ସମ୍ପତ୍ତି ଲୋଭରେ ଜେଜେ, ଜେଜେମା ଏବଂ ପିଉସୀ ସାଇଶ୍ରଦ୍ଧାଙ୍କୁ ହତ୍ୟା କରିଛନ୍ତି।

ମାମୁ କହିଛନ୍ତି, ୨୦୧୭ରେ ଆମ ଭଉଣୀ ଅର୍ଥାତ୍‌ ସାଇଶ୍ରଦ୍ଧାଙ୍କ ମା’ଙ୍କୁ ମଧ୍ୟ ମାରି ଆତ୍ମହତ୍ୟା ରୂପ ଦେଇଥିଲେ ପରିବାର ଲୋକେ। ମା’ର ହତ୍ୟାକୁ ଝିଅ ଦେଖି ଥିବାରୁ କୋର୍ଟରେ ଦୋଷୀ ହେବାର ଆଶଙ୍କା ଥିଲା। ଭାଣିଜୀକୁ ୧୮ ପୂରିଥିଲେ ସମ୍ପତ୍ତିର ଅଧିକାର ପାଇବାକୁ ଥିବାରୁ ତାକୁ ହତ୍ୟା କରାଯାଇଛି । ସେପଟେ କିନ୍ତୁ ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନାବାଳିକାଙ୍କ ପିଉସୀ। ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, ପୁଲିସ୍‌ ତଦନ୍ତକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି। ପୁଲିସ୍‌ ଘଟଣାରେ ଅଧିକ ଖୋଳତାଡ୍‌ ଜାରି ରଖିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories