www.samajalive.in
Friday, December 12, 2025
19.1 C
Bhubaneswar

ଏମିତି ବି ଆସେ ମୃତ୍ୟୁ -ଘର ପାଖରେ ଛିଡା ହୋଇଥିବା ବେଳେ …..

ଗୁଣୁପୁର – ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍ କେନ୍ଦୁଗୁଡା ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏକ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଚାଲିଯାଇଛି । ଗୋଟିଏ ଟ୍ରାକ୍ଟର ସ୍ଥାନୀୟ ଅଞ୍ଚଳରେ ଚାଷ କରିବାକୁ ଯାଉଥିବା ବେଳେ ହଠାତ ଆଗ ଚକ ବାହାରି ଯିବାରୁ ଭାରସାମ୍ୟ ହରାଇଥିଲା । ଟ୍ରାକ୍ଟରଟି ରାସ୍ତା ପାର୍ଶ୍ଵରେ ଥିବା ଘର ଆଡ଼କୁ ମାଡ଼ି ଯାଇଥିଲା ।

ସେଠାରେ ଠିଆ ହୋଇଥିବା କେନ୍ଦୁଗୁଡା ଗ୍ରାମର ଲାଲୁ ବୀର ଓ ନରସିଂହ ଶବର କିଛି ବୁଝିବା ଆଗରୁ ତାଙ୍କ ଉପରକୁ ଟ୍ରାକ୍ଟର ମାଡି ଯାଇଥିଲା । ଘଟଣା ସ୍ଥଳରେ ଲାଲୁ ବୀର ମୃତ୍ୟୁ ବରଣ କରିଥିବା ବେଳେ ପଦ୍ମପୁର ସ୍ଵାସ୍ଥ୍ୟକେନ୍ଦ୍ର ରେ ନରସିଂହ ଶବର ଙ୍କ ମୃତ୍ୟୁ ଘଟିଛି । ପଦ୍ମପୁର ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଟ୍ରାକ୍ଟର ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories