କୋଣାର୍କରେ ମାର୍ବଲ ଖସି ଶ୍ରମିକ ଗୁରୁତର

0

ଗୋପ: କୋଣାର୍କ ମନ୍ଦିର ପାରିପାର୍ଶ୍ଵ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ଚାଲୁଥିବା ବେଳେ ମାର୍ବଲ ଖସି ପଡି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଫଳରେ ତାଙ୍କ ଗୋଡରେ ଗଭୀର କ୍ଷତ ହୋଇଥିଲା ସେଠାରେ କାର୍ୟ୍ୟ କରୁଥିବା ଅନ୍ୟ ଶ୍ରମିକ ମାନେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇ ଥିଲେ ମଧ୍ୟ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପଂହଁଚି ନଥିଲା ।ଶ୍ରମିକ ମାନେ ତାଙ୍କୁ କାର ଯୋଗେ ଗୋପ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ନେଇଥିଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ କୋଣାର୍କ ମନ୍ଦିର କାର୍ୟ୍ୟ କରାଯାଉଛି । ସୌନ୍ଦର୍ୟ୍ୟକରଣ ବେଳେ ଶ୍ରମିକ ଭାବେ କାର୍ୟ୍ୟ କରୁଥିବା ପଶ୍ଚିମବଙ୍ଗ ମୁରସିଦାବାଦ ଜୟଦୂର ସେଖ ମାର୍ବଲ ଟେକି ନେଉଥିବା ବେଳେ ହଠାତ ମାର୍ବଲ ତାଙ୍କ ଗୋଡ ଉପରେ ଖସିପଡିଥିଲା ।

Leave A Reply