ଟି୨୦ରେ କୋହଲିଙ୍କ ଦ୍ରୁତ ୨୦୦୦ ରନ

0

ମାଞ୍ଚେଷ୍ଟର : ମଙ୍ଗଳବାର ଏଠାରେ ଖେଳାଯାଇଥିବା ସିରିଜର ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚରେ ଭାରତ ୮ ୱିକେଟରେ ଘରୋଇ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚରେ ଅପରାଜିତ ୨୦ ରନ କରିବା ସହ ଏହି ଅବସରରେ ଟ୍ୱେଣ୍ଟି୨୦ ଫର୍ମାଟରେ ଦ୍ରୁତ ୨୦୦୦ ରନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପ୍ରଥମ ଟ୍ୱେଣ୍ଟି୨୦ ପୂର୍ବରୁ ଏହି ମାଇଲଖୁଣ୍ଟ ଅତିକ୍ରମ କରିବାକୁ କୋହଲି ମାତ୍ର ୮ ରନ ଆବଶ୍ୟକ କରୁଥିଲେ। କୋହଲି ୫୬ଟି ଇନିଂସରେ ଦ୍ରୁତ ଦୁଇ ହଜାର ରନ ସ୍କୋର କରିଛନ୍ତି। ଏଥିସହିତ ଏହି ଫର୍ମାଟରେ ଦୁଇ ହଜାର ରନ ସ୍କୋର କରିବାରେ କୋହଲି ହେଉଛନ୍ତି ବିଶ୍ୱର ତୃତୀୟ କ୍ରିକେଟର। ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍‍ଟିଲ ୭୩ଟି ଇନିଂସରୁ ସର୍ବାଧିକ ୨୨୭୧ ରନ ସ୍କୋର କରି ତାଲିକାର ସର୍ବାଗ୍ରେ ରହିଥିବାବେଳେ ସାଥି ଖେଳାଳି ବ୍ରେଣ୍ଡନ ମ୍ୟାକ୍‍କଲମ ୭୧ଟି ଇନିଂସରୁ ୨୧୪୦ ରନ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଇସିସି ଟ୍ୱେଣ୍ଟି୨୦ ବ୍ୟାଟସମ୍ୟାନଙ୍କ ମାନ୍ୟତା ତାଲିକାରେ କୋହଲି ବର୍ତ୍ତମାନ ୮ମ ସ୍ଥାନରେ ଥିବାବେଳେ ଏପର୍ୟ୍ୟନ୍ତ ଏହି ଫର୍ମାଟରେ ଶତକ ହାସଲ କରିପାରିନାହାନ୍ତି।

Leave A Reply