www.samajalive.in
Sunday, December 7, 2025
23.1 C
Bhubaneswar

କିଶଲିୟ ଦାସଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର

ବୁର୍ଲା: ବନ୍ୟଜନ୍ତୁ ସଂରକ୍ଷଣ ୨୦୨୧ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର, ଜଙ୍ଗଲ ଓ ପରିବେଶ ବିଭାଗ ଓଡ଼ିଶା ସରକାର ବରଗଡ଼ ବନ୍ୟ ବିଭାଗ ୬୭ତମ ବନ୍ୟଜନ୍ତୁ ସପ୍ତାହ ପାଳନ ଅବସରରେ ଡା. କିଶଲୟ ଦାସଙ୍କୁ ପ୍ରଦାନ କରାଯାଇଥିଲା। ବୁର୍ଲା ଭିମସାରର ସିକିଲ ସେଲ ଇନଷ୍ଟିଚ୍ୟୁଟରେ ଜେନେଟିକ ବ୍ୟାଧି ଏବଂ ହେମୋଗ୍ଲୋବିନୋପାଥି ଉପରେ ସାଇନଣ୍ଟିଫିକ ଜ୍ଞାନିକ ଅଧିକାରୀ ଭାବରେ କାର୍ଯ୍ୟ କରନ୍ତି। ଦୀର୍ଘ ଦଶନ୍ଧି ଧରି ରାଜ୍ୟର  ସ୍ପାଇଡ଼ର ବା ବୁଢ଼ିଆଣୀ ବିବିଧତାର ସଂରକ୍ଷଣ ତଥା ଡକ୍ୟୁମେଣ୍ଟେସନ ଉପରେ ଡା. ଦାସଙ୍କ ଆନ୍ତତିକ ଉଦ୍ୟମ ଜାରି ରହିଛି। ତାଙ୍କର କାର୍ଯ୍ୟ ରାଜ୍ୟ ବନ୍ୟ ଜୀବନ ମୁଖ୍ୟାଳୟ ଓଡ଼ିଶାର ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଆନୁଷ୍ଠାନିକ ଭାବରେ ଅନୁମୋଦିତ ହୋଇଛି ଯାହା ବର୍ତ୍ତମାନ ମଧ୍ୟ ଜାରି ରହିଛି। ଡା. ଦାସଙ୍କ ଦଳର ସାଥୀ ବୁର୍ଲାର ନାରାୟଣ ମହାରଣା ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

ବନ୍ୟ ଜୀବନ ସଂରକ୍ଷଣ ୨୦୨୧ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ତାଙ୍କ କାର୍ଯ୍ୟକୁ ଆହୁରୀ ଉତ୍ସାହିତ କରିବ ଏବଂ ସ୍ପାଇଡ଼ର ବା ବୁଢ଼ିଆଣୀ ଉପରେ ତାଙ୍କ ଗବେଷଣାକୁ ଜାରି ରଖିବା ଏବଂ ବିସ୍ତାର କରିବାକୁ ତାଙ୍କୁ ପ୍ରେରଣା ଦେଉଥିବା ଡ଼ ଦାସ କହିଛନ୍ତି। ଭବିଷ୍ୟତରେ ସମ୍ବଳର ସ୍ଥାୟିତ୍ୱକୁ ନିଶ୍ଚିତ କରିବା ପାଇଁ ଯୁବ ସମାଜ ବନ୍ୟଜନ୍ତୁ ସଂରକ୍ଷଣରେ ବିଶେଷ ଭାବରେ ମାଇକ୍ରୋ ଜୀବଜନ୍ତୁ ବିବିଧତା ସଂରକ୍ଷଣ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ଅନୁରୋଧ କରିଛନ୍ତି। ତାଙ୍କୁ ଏହି ପୁରସ୍କାର ସମ୍ବଲପୁର ଆସିସିଏଫ୍ ଚିତ୍ତରଞ୍ଜନ ମିଶ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଜିଲା ବନ୍ୟ ଅଧିକାରୀ ସନ୍ଦୀପ ପ୍ରତୀ, ହୀରାକୁଦ ବନ୍ୟ ଜନ୍ତୁ ଜିଲା ବନ୍ୟ ଅଧିକାରୀ ଅଂଶୁପ୍ରଜ୍ଞା ଦାସ, ବାମ୍ରା ଡ଼ିଏଫଓ, ରେଢ଼ାଖୋଲ ଡ଼ିଏଫ୧, ଝାରସୁଗୁଡ଼ା ଡ଼ିଏଫଓ ଏବଂ ଅନ୍ୟାନ୍ୟ ବନ୍ୟ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories