www.samajalive.in
Friday, December 5, 2025
20.1 C
Bhubaneswar

କିରଣ ଖେର୍‌ଙ୍କୁ କ୍ୟାନ୍ସର

ମୁମ୍ବଇ: ବିଜେପି ସାଂସଦ ତଥା ବରିଷ୍ଠ ବଲିଉଡ଼ ଅଭିନେତ୍ରୀ କିରନ୍ ଖେର ରକ୍ତ କର୍କଟ ରୋଗରେ ପୀଡିତ। ବର୍ତ୍ତମାନ ମୁମ୍ବଇରେ ସେ ଏହାର ଚିକିତ୍ସା କରାଉଛନ୍ତି। ତାଙ୍କ ଦଳର ସହକର୍ମୀ ଅରୁଣ ସୁଦ ଏକ ସାମ୍ବାଦିକ ସମ୍ମିଳନୀରେ କିରଣଙ୍କ ରୋଗ ବିଷୟରେ ସୂଚନା ଦେଇଛନ୍ତି। ସୁଦଙ୍କ କହିବାନୁଯାୟୀ, ଗତ ବର୍ଷରୁ କିରଣ ନିଜ ଚିକିତ୍ସା କରାଉଛନ୍ତି ଏବଂ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି।

ସୂଚନା ଅନୁସାରେ, ଗତବର୍ଷ ନଭେମ୍ବର ୧୧ରେ କିରଣଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ତାଙ୍କଠାରେ ବ୍ଲଡ଼୍‌ କ୍ୟାନ୍ସରର ଲକ୍ଷଣ ଦେଖାଦେଇଥିଲା। ଏହା ଧିରେ ଧିରେ ତାଙ୍କ ବାମ ହାତରୁ ଡାହାଣ କାନ୍ଧ ଯାଏଁ ବ୍ୟାପିଯାଇଥିଲା । ୨୦୨୦ ଡିସେମ୍ବର ୪ରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇକୁ ଅଣାଯାଇଥିଲା। ସେହିଦିନଠାରୁ ଲଗାତାର ଭାବେ ତାଙ୍କ ଚିକିତ୍ସା ଚାଲିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories