www.samajalive.in
Tuesday, December 9, 2025
15.1 C
Bhubaneswar

ଖାତା ଖୋଲିଲା ଓଡ଼ିଶା: କିଟ୍‌କୁ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ୍‌

ଭୁବନେଶ୍ବର : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣର ୬ଷ୍ଠ ଦିନରେ ଓଡ଼ିଶା ପଦକ ଖାତା ଖୋଲିଛି। କିଟ୍‌ ବିଶ୍ବବିଦ୍ୟାଳୟକୁ ବୁଧବାର ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ମିିଳିଛିି। ପୁରୁଷ ତୀରନ୍ଦାଜୀ ରିକର୍ଭ ବ୍ୟକ୍ତିଗତ ରାଉଣ୍ଡରେ କିଟ୍‌ ବିଶ୍ବବିଦ୍ୟାଳୟର ଛାତ୍ର ରଞ୍ଜିତ ନାୟକ ୨ୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି।
ସେହିପରି ଦଳଗତ ରିକର୍ଭ ରାଉଣ୍ଡରେ ରଞ୍ଜିତ, ସୂର୍ଯ୍ୟମଣି ମାଝି ଓ ଶ୍ରବଣ ମାଡ଼ାଙ୍ଗୀ ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ବୁଧବାର କିଟ୍‌ ତୀରନ୍ଦାଜୀ ଗ୍ରାଉଣ୍ଡରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଓଡ଼ିଶା ପାଇଁ ପଦକ ଜିତିବା ନେଇ ରଞ୍ଜିତ, ସୂର୍ଯ୍ୟମଣି ଓ ଶ୍ରବଣଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ରଞ୍ଜିତ, ଶ୍ରବଣ ଓ ସୂର୍ଯ୍ୟମଣି ପ୍ରଥ​ମେ ଦଳଗତ ବିଭାଗରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ବ୍ୟକ୍ତିଗତ ରିକର୍ଭରେ ରଣଜିତ ଉତ୍ତମ ପ୍ରଦର୍ଶନ କରିିଥିଲେ ମଧ୍ୟ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। ଓଡ଼ିଶା ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ପଦକ ହାସଲ କରିବାରେ ସକ୍ଷମ ହୋଇ ନଥିବା ବେଳେ ରଞ୍ଜିତ, ଶ୍ରବଣ ଓ ସୂର୍ଯ୍ୟଙ୍କ ସଫଳତା ରାଜ୍ୟ ଓ କିଟ୍‌ ପାଇଁ ସମ୍ମାନ ଆଣିଛି। ସେହିପରି ଭାରୋତ୍ତୋଳନରେ କିଟ୍‌ ବିଶ୍ବବିଦ୍ୟାଳୟ ମଧ୍ୟ ପଛରେ ପଡ଼ିନାହିଁ। ପୁରୁଷ ୫୫ କିଗ୍ରା ବର୍ଗରେ କିଟ୍‌ର ଛାତ୍ର କୁମ୍ଭେଶ୍ବର ମଲ୍ଲିକ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ସେ ସ୍ନାଚ୍‌ରେ ୮୬ ଓ କ୍ଲିନ୍‌ ଏଣ୍ଡ୍ ଜର୍କରେ ୧୧୮ କିଗ୍ରା ସହ ମୋଟ ୨୦୪ କିଗ୍ରା ଭାରୋତ୍ତୋଳନ କରି ୩ୟ ସ୍ଥାନ ହାସଲ କରିଥିଲେ। ଏହି ସଫଳତା ଲାଗି ଶ୍ରବଣ, ସୂର୍ଯ୍ୟମଣି, ରଞ୍ଜିତ ଓ କୁ​ମ୍ଭେଶ୍ବରଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ, କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories