bjd gruha runa

ଟ୍ୟୁସନ ସାରଙ୍କ ଘରକୁ ବୋମାମାଡ଼, ଘଟଣାସ୍ଥଳରେ ପୁଲିସର ଛାନଭିନ

BJD Bijuli 480×75 Mob

ଖୋର୍ଦ୍ଧା: ଟ୍ୟୁସନ ସାରଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧାର ଟାଉନଥାନା ସୁଦର୍ଶନ ନଗରରେ ଥିବା ଟ୍ୟୁସନ ସାରଙ୍କ ଘରକୁ ବୋମାମାଡ଼ କରାଯାଇଛି। ଟ୍ୟୁସନ ଚାଲିଥିଲାବେଳେ ବୋମା ଫିଙ୍ଗି ଦୁର୍ବୁତ୍ତ ଚମ୍ପଟ ମାରିଛନ୍ତି। ବୋମାମାଡ଼ରେ  ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଚଳାଇଛି। ତେବେ କେଉଁ କାରଣରୁ ଦୁର୍ବୁତ୍ତମାନେ ଟ୍ୟୁସନ ସାରଙ୍କ ଘର ଉପରକୁ ବୋମାମାଡ଼ କଲେ ତାହାର କାରଣ ଜଣାପଡ଼ିନାହିଁ।

Comments are closed.