ଲଣ୍ଡନରେ ତ୍ରିରଙ୍ଗାକୁ ଅସମ୍ମାନ କରିଥିବା ଖାଲିସ୍ତାନୀ ସମର୍ଥକଙ୍କ ମୃତ୍ୟୁ
ଲଣ୍ଡନ – ଲଣ୍ଡନରେ ଥିବା ଭାରତୀୟ ଦୂତାବାସର ଜାତୀୟ ପତାକାକୁ ଅସମ୍ମାନ କରିବା ସହ ଏହାକୁ ଉତାରିବା ପାଇଁ ଚେଷ୍ଟା କରୁଥିବା ଖାଲିସ୍ତାନୀ ସମର୍ଥକଙ୍କର ମୃତ୍ୟୁ ହୋଇଛି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ । ସେ ୧୯ ମାର୍ଚ୍ଚରେ ଲଣ୍ଡନରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନର ମାଷ୍ଟରମାଇଣ୍ଡ ଥିଲେ । ଏହା ସହ ଅମୃତପାଲ ସିଂର ପାଖ ଲୋକ ଥିଲେ । ଏହି ଖାଲିସ୍ତାନୀ ସମର୍ଥକ ଅବତାର ସିଂ ଖାଣ୍ଡାଙ୍କର ମୃତ୍ୟୁ ହୋଇଛି ।
ଅବତାର ସିଂ କର୍କଟରେ ଆକ୍ରାନ୍ତ ଥିଲେ । ତାଙ୍କୁ ରକ୍ତ କର୍କଟ ହୋଇଥିଲା । ସେ ଖାଲିସ୍ତାନ ଲିବରେସନ୍ ଫୋର୍ସର ମୁଖ୍ୟ ଥିଲେ ।
ଖାଣ୍ଡା କିଛି ଦିନ ହେବ ଡାକ୍ତରଖାନାର ଜୀବନ ରକ୍ଷକ ପ୍ରଣାଳୀ ସହାୟତାରେ ଥିଲେ । ସେ ଏନ୍ଆର୍ଆଇ ଓ୍ୱାଣ୍ଟେଡ୍ ତାଲିକାରେ ଥିଲେ । ଭାରତୀୟ ଦୂତାବାସ ଉପରେ ଆକ୍ରମଣରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ବାରିସ ପଞ୍ଜାବର ଦୀପ ସୁଦ୍ଦୁ ସହ ବି ଭଲ ସମ୍ପର୍କ ଥିଲା । ଅବତାର ସିଂଙ୍କ ପୁରା ପରିବାର ଖାଲିସ୍ତାନ ଆତଙ୍କବାଦ ସହ ଜଡିତ, ଅମୃତ ପାଲ ସିଂଙ୍କୁ ଏମାନେ ତିଆରି କରିଥିବା ଅଭିଯୋଗ ରହିଛି ।
Comments are closed.